ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ OGCEA ଓ OJTA ମିଲିତ ଭାବେ କଳା ବ୍ୟାଚ ପରିଧାନ

0
284
ଚୁକ୍ତିଭିତ୍ତିକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୮/୦୮) : ଓଡ଼ିଶା ରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସାରା ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ, Junior Teacher, Secondary Teacher ମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି ।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ପୂର୍ବ ନିର୍ଦ୍ଧାରିତ ଏଜେଣ୍ଡା ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖ ରୁ ସପ୍ତାହ ବ୍ୟାପି ରାଜ୍ୟ ସରକାର ଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ, Junior Teacher, Secondary Teacher ମାନଙ୍କ ଦ୍ୱାରା କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ୍ଣ ଭାବେ ନିଜର ଯଥାଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା ।

ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାର ଙ୍କ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲା, ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ସମୟ କୁ ମୂଳ ଚାକିରୀରେ ଯୋଗ ୨ ଟି ମୁଖ୍ୟ ଦାବି ସହ ଏହି ଦେବା ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ ନେଇ କଳା ବ୍ୟାଚ ପରିଧାନ ଏବଂ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ରାଜ୍ୟ ସଙ୍ଘ ର ନିର୍ଦ୍ଦେଶ କ୍ରମେ ଆଜି ତୁଷାର ରଞ୍ଜନ ଲାବଲା ଙ୍କ ନେତୃତ୍ୱରେ ରାମନାଗୁଡା ବ୍ଲକ, ତହସିଲ, ଶିକ୍ଷା ଓ ଅନ୍ୟ ବିଭାଗ ରେ କାର୍ଯ୍ୟରତ ସମସ୍ତ ଚୁକ୍ତି-ଭିତ୍ତିକ କର୍ମଚାରୀ, Junior Teacher, Secondary Teacher କଳା ବ୍ୟାଚ ପିନ୍ଧି ସରକାରୀ କାର୍ଯ୍ୟ କରିବା ସହ ମଧ୍ୟାହ୍ନରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ଚୁକ୍ତି-ଭିତ୍ତିକ ମହାସଂଘ କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବି ଗୁଡିକୁ ପୂରଣ ନକରନ୍ତି ତେବେ ଚୁକ୍ତି-ଭିତ୍ତିକ ମହାସଂଘ ର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସରକାରୀ ଚୁକ୍ତି-ଭିତ୍ତିକ କର୍ମଚାରୀ ଓ ସମସ୍ତ Junior Teacher, Secondary Teacher ମାନେ ଅଗଷ୍ଟ ଶେଷ ସପ୍ତାହରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବହତ ଆନ୍ଦୋଳନରେ ସାମିଲ ହେବେ ବୋଲି ରାଜ୍ୟ ସଙ୍ଘ ସୂଚନା ଦେଇଛି ।