Tuesday, February 27, 2024

Top 5 This Week

Related Posts

ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତାରେ ବିଷମକଟକ ଚମ୍ପିୟାନ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୪/୧୨) : ରାୟଗଡା ଜିଲ୍ଲା ସ୍ଥାନୀୟ ଜିସିଡି ଖେଳ ପଡିଆ ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।

ଏହି ଅବସରରେ ପ୍ରତିଯୋଗିତାରେ ଭାଗ ନେଇ ଥିବା ବିଷମକଟକ ବ୍ଲକର ଭୋଲି ବଲ ଖେଳାଳି ମାନେ ଆଜି ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାୟକ ଏବଂ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଶୁଭପ୍ରଦା ଶାସ୍ମଲଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତିନ ଦିନ ଧରି ଚାଲି ଥିବା ଏହି ପ୍ରତିଯୋଗିତା ରେ ଜିଲ୍ଲା ର ସମସ୍ତ ବ୍ଲକ ର କୃତି ଖେଳାଳି ଏଠାରେ ଭାଗ ନେଇ ନିଜ ନିଜ ବ୍ଲକ ଗୁଡିକୁ ଜିଲ୍ଲା ସ୍ତରରେ ପ୍ରତିନିଧିତ୍ୱ କରିଥିଲେ । ଯେଉଁଥିରେ ବିଷମକଟକ ବ୍ଲକ ର ଭୋଲି ବଲ ଦଳ ନିଜ ବର୍ଗ ରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ବିଜୟୀ ଲାଭ କରିଥିବା ଜଣାପଡିଛି ।

ବିଷମକଟକ ବ୍ଲକ ଟି ତାର ଭୋଲି ବଲ ଦଳ ପାଇଁ ଅନ୍ତିମ ଦିବସରେ ପଦ୍ମପୁର ଦଳକୁ ପରାସ୍ତ କରି ଫାଇନାଲ ମ୍ୟାଚ ରେ ବିଜୟ ହାସଲ କରିଥିଲା । ଉଦଜାପାନୀ ସମାରୋହ ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧକ୍ଷା ସରସ୍ୱତୀ ମାଝୀ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ପନ୍ଦର ହଜାର ପୁରସ୍କାର ରାଶି ପ୍ରଦାନ କରିବା ସହ ବିଭିନ୍ନ ବ୍ଲକ ରୁ ଆସିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଜୟୀ ବିଷମକଟକ ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଏଭଳି ପ୍ରତିଯୋଗିତା ଆୟୋଜନ କରିବା ଓ ଜନଜାତି ବର୍ଗର ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରିକଳ୍ପନା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଗତ ଏକ ତାରିଖ ଦିନ ଠାରୁ ଜାରି ରହିଥିବା ଏହି ପ୍ରତିଯୋଗିତା ଟି ରେ ବ୍ଲକ ମଙ୍ଗଳ ଅଧିକାରୀ ଶୁଭପ୍ରଦା ଶାସ୍ମଲଙ୍କ ପ୍ରତକ୍ଷ ତତ୍ୱାବଧାନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହଯୋଗ ରେ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ଏହି ପ୍ରତିଯୋଗିତା ରେ ସଫଳତା ପୂର୍ବକ ଭାଗ ନେଇ ନିଜର ସର୍ବୋଚ୍ଚ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଷମକଟକ ପଞ୍ଚାୟତ ସମିତି ଅଧକ୍ଷା ଯଶୋଦା ହୁଇକା, ଉପାଧକ୍ଷ ଦେବିପ୍ରସାଦପଟନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ, ବିଭିନ୍ନ ପଞ୍ଚାୟତ ପ୍ରତିନିଧି, କ୍ରୀଡା ଶିକ୍ଷକ ତଥା ଅନ୍ୟ ସହଯୋଗୀ ମାନେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।