ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୪/୧୦) : ମହାନଦୀ ପୋଲ ଉପରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ନିଖୋଜ ଥିବା ପ୍ରତିମା ସାହୁଙ୍କ ଆଜି ପର୍ଯ୍ୟନ୍ତ ପତ୍ତା ମିଳୁନି | ତିନିଦିନ ପରେ ବି ମିଳୁନି ନିଖୋଜ ମହିଳାଙ୍କ ଶବ |
ମହାନଦୀ ପୋଲ ଉପରେ ହୋଇଥିବା ସଡ଼କ ଦୁର୍ଘଟଣା ରେ ପ୍ରତିମା ପୋଲ ବାଡ଼ରେ ଧକ୍କା ହୋଇ ନଦୀ ଭିତରକୁ ଖସି ପଡ଼ିଥିବା ସନ୍ଦେହ କରି ଦୁଇଦିନ ହେଲାଣି ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଓ ୪ ଟି କାଠ ଡ଼ଙ୍ଗା ସହାୟରେ ଖୋଜା ଖୋଜି କରି ନାକେଦମ ହୋଇ ସାରିଲେଣି | କିନ୍ତୁ ତିନିଦିନ ପରେ ବି ମିଳୁନି ପ୍ରତିମାଙ୍କ ଶବ | ପୋଲ ତଳ ମୁହଁରେ ଜାଲ ମଧ୍ୟ ବିଛ ଯାଇଛି | ପରିବାର ଲୋକ ଙ୍କ ଅପେକ୍ଷା ର ଧର୍ଯ୍ୟ ରହୁନି | ଆଜି ପୁଣି ଓଡ୍ରାଫ ଟିମ ଏହି ଅପରେସନ ଜାରି ରଖିବ ବୋଲି ଓଡ୍ରାଫ ଟିମ ପକ୍ଷରୁ ସୂଚନା ଦିଆ ଯାଇଛି |
So sed
Comments are closed.