ପାଇକ ସାହି ରେ ମା ସମଲେଇ ଦୂର୍ଗାଙ୍କ ବାର୍ଷିକ ଘଣ୍ଟପର୍ବ ଯାତ୍ରା

0
125
ପାଇକ ସାହି

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୨୬/୦୫) : ରାୟଗଡା ସଦର ମହକୁମାସ୍ଥିତ ପାଇକ ସାହି ରେ ମା ସମଲେଇ ଦୂର୍ଗାଙ୍କ ବାର୍ଷିକ ଘଣ୍ଟପର୍ବ ଯାତ୍ରା ଅନୁଷ୍ଠିତ । ଚଳିତ ବର୍ଷ ୨୬.୫.୨୦୨୩ ଠାରୁ ୩୧.୫.୨୦୨୩ତାରିଖ ପର୍ଯ୍ୟନ୍ତ ମହା ଆଡ଼ମ୍ବରରେ ପାଳନ କରାଯିବ ମା ସମଲେଇ ଦୂର୍ଗାଙ୍କ ବାର୍ଷିକ ଘଣ୍ଟ ଯାତ୍ରା ।

୨୬ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ସନ୍ଧ୍ୟାରେ ପାଇକ ସାହି ର ଆବାଳ ବୃଦ୍ଧ- ବନିତା ସମସ୍ତେ ଏକାଠି ହୋଇ ବିରାଟ ବଡ଼ ସଭାଯାତ୍ରାରେ ବାହାରି ଢୋଲ ବାଜା ସହ ବାଣ ଫୁଟାଇ ମାଆଙ୍କ ପାଦ ଆଣିବାକୁ ଯାଆନ୍ତି। ୫ଦିନ ଧରି ମାଆଙ୍କ ଆସ୍ତାୟୀ ମଣ୍ଡପରେ ଧୂପ ଦୀପ ନୈବେଦ୍ୟରେ ମାଆ ଙ୍କ ପୁଜା କରାଯାଇଥାଏ। ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳରୁ ମାନସିକ ପୂରଣ ଲାଗି ଏବଂ ମାଆଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳେ। ୫ଦିନ ଧରି ମାଆଙ୍କ ମନ୍ଦିର ସମ୍ମୁଖରେ ଲୋକଙ୍କ ମନରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟଜନ କରାଯାଇଥାଏ। ମଙ୍ଗଳ ବାର ଅର୍ଥାତ୍ ଶେଷ ଦିନ ରାତିରେ ପୂଜକ ଅଗ୍ନି ରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲି ଥାଆନ୍ତି।

ଦୁଇ ବର୍ଷ ଧରି କରୋନା ମହାମାରୀ ପରେ ବାର୍ଷିକ ଘଣ୍ଟଯାତ୍ରା ଅନୁଷ୍ଠିତ ହେଉଥିବା ହେତୁ ପ୍ରବଳ ଭିଡ଼ ହେବା ଅନୁମାନ କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ରାୟଗଡା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଅଗ୍ନି ନିରାପତ୍ତା ନିମନ୍ତେ ଅଗ୍ନିଶମ ବିଭାଗ କର୍ମଚାରୀ ନିୟଯିତ ରହିବେ ଏବଂ ପ୍ରବଳ ଖରା ଯୋଗୁଁ ପାନୀୟ ଜଳର ବ୍ୟବସ୍ଥା ଏବଂ ଭକ୍ତଙ୍କ ପାଇଁ ଅସ୍ଥାୟୀ ବିଶ୍ରାମ ଗୃହର ମଧ୍ୟ ବ୍ୟବସ୍ଥା ରହିଛି ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।