Tuesday, February 27, 2024

Top 5 This Week

Related Posts

ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ବିଜେଡି କର୍ମୀ ଙ୍କ ପୂରୀ ପ୍ରକଳ୍ପ ପ୍ରଦକ୍ଷିଣ ଓ ଜଗନ୍ନାଥ ଦର୍ଶନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୩/୦୨) : ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଲକର ୧୫ ଗୋଟି ପଞ୍ଚାୟତ ର ୧୫୦ ବ୍ୟକ୍ତି ଓ ପୁରୁଷୋତ୍ତମପୁର ଏନଏସିର ୧୪ ଗୋଟି ୱାର୍ଡ ର ୨୮୦ ଜଣ ବ୍ୟକ୍ତି ଆଜି ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସୁପାରିଶକ୍ରମେ ପୂରୀ ପରୀକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ଓଡ଼ିଶାର ସବୁବ୍ଲକର ପଞ୍ଚାୟତ, ଏନଏସି, ମୁନିସିପାଲିଟିର କର୍ମୀ ମାନଙ୍କୁ ନେଇ ଜଗନ୍ନାଥ ଦର୍ଶନ ଯାତ୍ରା ସ୍ତର, ସ୍ତର କରି ଆରମ୍ଭ କରିଥିଲେ ।WhatsApp Image 2024 02 13 at 12.28.48 ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ବିଜେଡି କର୍ମୀ ଙ୍କ ପୂରୀ ପ୍ରକଳ୍ପ ପ୍ରଦକ୍ଷିଣ ଓ ଜଗନ୍ନାଥ ଦର୍ଶନ

ସେଥି ମଧ୍ୟରୁ ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଏବଂ ପୁରୁଷୋତ୍ତମପୁର ବ୍ଲକର ୧୫ ଗୋଟି ପଞ୍ଚାୟତ ୧୫୦ ବ୍ୟକ୍ତି ଓ ଏନଏସି ର ୧୪ ଗୋଟି ୱାର୍ଡର ୨୮୦ଜଣଙ୍କୁ ନେଇ ଆଜି ଦିଲକ୍ସ ବସ ଯୋଗେ ପୁରୀକୁ ଯାଇ ପ୍ରରିକ୍ରମା ପ୍ରକଳ୍ପ ପ୍ରଦକ୍ଷୀଣ କରି ଜଗନ୍ନାଥଙ୍କ ଦର୍ଶନ କରି ତାଙ୍କର ଆଶୀର୍ବାଦ ଭିକ୍ଷା କରିବେ । ସେଥିପାଇଁ ପ୍ରଶାସନ ଅଧିଜାରୀ ତଥା ପୁରୁଷୋତ୍ତମପୁର ବିଡ଼ିଓମନୋଜ କୁମାର ନାୟକ ଏବଂ ବ୍ଲକ ନୋଡାଲ ଅଧିକାରୀ ସରୋଜ କୁମାର ସାବତ ଏବଂ ଅନ୍ୟ ଯେଇ ବ୍ଲଜ ଷ୍ଟାଫ ସମସ୍ତ ବ୍ୟକ୍ତିଙ୍କ ଖଲ୍ଲିକୋଟରେ ଜଳଖିଆ ଏବଂ ପୁରୀରେ ଅଭଡ଼ା ର ବ୍ୟବସ୍ତା କରିଛନ୍ତି ।

ଏହା ସହିତ ପୁରୁଷୋତ୍ତମପୁର ଏନଏସି ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦଚନ୍ଦ୍ର ଦଣ୍ଡ ସେନା ଓ ନୋଡାଲ ଅଧିକାରୀ ରାମଚନ୍ଦ୍ର ପେଙ୍ଗୁଆ, ଅନ୍ୟ ଯେଇ ଏବଂ ଷ୍ଟାଫ ଙ୍କ ସହଯୋଗ ରେ ପୂରୀ ଯାଇଛନ୍ତି । ତାସହିତ ୧୫ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ୱାର୍ଡ ମେମ୍ବର, ଓ କର୍ମୀ ଙ୍କ ସହ ଏନଏସିର କିଛି କାଉନ ସିଲର, ଓ ମହିଳା ଏବଂ ପୁରୁଷ କର୍ମୀ ମାନେ ଯିବା ସହିତ ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହସମସ୍ତେ ଏଇଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ, ସେମାନେ ବହୁତ ଉତ୍ସାହିତ ହେବା ସହ ବହୁତ ଆନନ୍ଦ ଓ ଖୁସି ହୋଇଥିବାର କହିଛନ୍ତି ।