ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୦୪/୦୬) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଫାଣ୍ଡି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ।
ଖୋଲା ବଜାରରେ ବିଜେପି ସମିତି ସଭ୍ୟଙ୍କୁ କାଚ ବୋତଲ ଭୂଷି ହତ୍ୟା ଉଦ୍ୟମ କଲେ ଅଭିଯୁକ୍ତ । ରାଜସୁନାଖଳା ଫାଣ୍ଡି ରେ ଏଭଳି ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରାଜସୁନାଖଳା ଗ୍ରାପ ର ସମିତି ସଭ୍ୟ ତପନ କୁମାର ପ୍ରଧାନ ଏବଂ ତାଙ୍କର ବଡ଼ ଭାଇ ପ୍ରଭାତ କୁମାର ପ୍ରଧାନ ରାଜସୁନାଖଳା ଦୁର୍ଗା ବଜାରରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଆନ ସ୍ୱାଇଁ ଏବଂ ତା’ର ସାନଭାଇଙ୍କ ସମେତ ତିନି ଚାରିଜଣ ବ୍ୟକ୍ତି ମଦ ବୋତଲ ଭାଙ୍ଗି ପ୍ରଥମେ ଶ୍ରୀ ପ୍ରଧାନ ଏବଂ ପରେ ତାଙ୍କ ବଡ଼ଭାଇଙ୍କୁ ଭୂଷି ଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅପର ପକ୍ଷରେ ଆନ ସ୍ୱାଇଁଙ୍କ ପକ୍ଷ ରୁ ୨ ଅଭିଯୁକ୍ତକୁ ଗିରଫ କରି ପୋଲିସ ଥାନାରେ ଅଟକ ରଖିଛି ।