ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ : (୨୪/୦୧) : କୋରାପୁଟ ଜିଲ୍ଲା କୋଟପାଡ଼ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ବର୍ଣ୍ଣାଢ଼୍ୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ମାଦଳାଙ୍କ ଅଧ୍ୟକ୍ଷତାରେ ଜାତୀୟ କନ୍ୟା ସନ୍ତାନ ଦିବସକୁ ଅବିସ୍ମରଣୀୟ କରିବାକୁ ଯାଇ ଅନୁଷ୍ଠିତ ହୋଇଥିବା ଏହି ଭବ୍ୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ସାରସ୍ଵତ ସାଧକ ପ୍ରାଧ୍ୟାପକ ଡ଼କ୍ଟର ବିଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ରୂପେ କୋଟପାଡ଼ ବିଧାୟିକା ତଥା ପୂର୍ବ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଶଙ୍କର ରାଓ, କୋରାପୁଟ ଏସ୍ ଡି ସି ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ସୁଧିର ଚନ୍ଦ୍ର ମହାନ୍ତି ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ତିଳୋତ୍ତମା ଗରଡ଼ା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଦ୍ୟାଳୟର ସମସ୍ୟାକୁ ଅବଲୋକନ କରି ତଥା ନିଜ ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ମାନ୍ୟବର ସାଂସଦ ନିଜ ପାଣ୍ଠିରୁ ବିଦ୍ୟାଳୟର ଉନ୍ନତି ନିମନ୍ତେ ୫ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦେବା ।
ମହତ୍ ଉଦ୍ଦେଶ୍ୟ ରଖି ପାଠ ପଢି ଦେଶ ଓ ଦଶର ହିତ ନିମନ୍ତେ ଜୀବନ ଉତ୍ସର୍ଗ କରିବାକୁ ମୁଖ୍ୟ ବକ୍ତା ନିଜ ଅଭିଭାଷଣରେ କହିଥିଲେ।ଆଜି ଗୁରୁ ଶିଷ୍ୟ ଏକ ସଙ୍ଗେ ମଞ୍ଚ ଉପରେ ଉପସ୍ଥିତ ଥିଲେ ଏହା ଶିକ୍ଷାର ଏକ ଶ୍ରେଷ୍ଠ ପ୍ରମାଣ ବୋଲି ଅତିଥି ମାନେ କହିଥିଲେ । ପିଲାମାନଙ୍କ ନିମନ୍ତେ ପ୍ରୀତି ଭୋଜନ ଆୟୋଜନ ହେବା ସହ କାର୍ଯ୍ୟକ୍ରମଟି ଅତି ସୁରୁଖୁରରେ ସମ୍ପାଦନ ହୋଇଥିଲା ।