ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୫/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ର କଙ୍କଲl ଗ୍ରାମରେ ବିଦ୍ୟୁତ ଆଘାତରେ ୫ ବର୍ଷ ଶିଶୁପୁତ୍ର ମୃତ ହୋଇଥିବାର ଜଣାପଡିଛି |
ସୂଚନାମତେ ଗତକାଲି କଙ୍କଲା ଗ୍ରାମର ଅରୁଣ ବେହେରା ଙ୍କ ପୁତ୍ର ରଜତ (୫)ପରିବାର ଲୋକେ ରାତ୍ରି ୯ ରେ ଖାଇସାରି ଛାତ ଉପରକୁ ଶୋଇବା ପାଇଁ ଯାଉଥିଲେ | ଏହି ସମୟରେ ରଜତ ମୋବାଇଲ ଧରିବା ପାଇଁ ଜିଦ କରିବାରୁ ମୋବାଇଲ ଟି ଛାତ ଉପରୁ ତଳକୁ ଖସି ପଡିଥିଲା | ମୋବାଇଲ ଆଣିବାକୁ ତଳକୁ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ବିଦ୍ୟୁତ ଆଘାତରେ ୫ ବର୍ଷ ର ଶିଶୁପୁତ୍ର ରଜତ ଗୁରୁତର ହୋଇଥିଲା |
ପରିବାର ଲୋକେ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ | କିନ୍ତୁ ଡାକ୍ତର ଖାନରେ ରଜତ ର ମୃତ୍ୟୁ ଘଟିଥିଲା | ଖବର ପାଇ ପୁରୁଣାକଟକ ପୋଲିସ ହରଭଙ୍ଗା ପୋଲିକ କୁ ଖବର ଦେବାରୁ ହରରଭଙ୍ଗା ପୋଲିସ ଡାକ୍ତର ଖାନରେ ପହଞ୍ଚି ଘଟଣା ର ତଦନ୍ତ ଚଳାଇଥିବା ର ସୂଚନା ମିଳୁଛି |