Tuesday, February 27, 2024

Top 5 This Week

Related Posts

ବେଆଇନ କଫ ସୀରଫ ମାଫିଆ ଗାଡ଼ି ଧକ୍କାରେ ଦୁଇ ଗୁରୁତର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୧/୦୩) : ପରିବାର ର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ତାଙ୍କ ପୁଅ ସହ ଏକ ସ୍କୁଟି ରେ ନିଜ ଛୋଟ ଦୋକାନ ପାଇଁ ସାମଗ୍ରୀ କିଣି ଯାଉଥିବା ବେଳେ ଦୂର୍ଭାଗ୍ୟ ବଶତଃ ଦୃତ ଗତିରେ ଏକ ଚାରିଚକିଆ ଗାଡ଼ି ଧକ୍କା ଦେଇଥିଲା ।WhatsApp Image 2024 02 11 at 23.26.43 ବେଆଇନ କଫ ସୀରଫ ମାଫିଆ ଗାଡ଼ି ଧକ୍କାରେ ଦୁଇ ଗୁରୁତର

ବେଆଇନ କଫ ସୀରଫ ମାଫିଆ ଗାଡ଼ି ଧକ୍କାରେ ଦୁଇ ଗୁରୁତର । ରକ୍ତ ଜୁଡୁ, ବୁଡୁ ଅବସ୍ଥାରେ ଦୁଇଙ୍କୁ ଛାଡି ଗାଡ଼ି ମାଲିକ ଫେରାର ହୋଇଯାଇଥିଲା । ଲୋକେ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ରେ ପହଞ୍ଚେଇ ଥିଲେ । ଉକ୍ତ ଗାଡ଼ି ରେ ବିପୁଳ ପରିମାଣ ର କଫ ସିରଫ, ନିଶା ବଟିକା ସହ ଏକ ଲୁହା ମାରଣାସ୍ତ୍ର ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଟିଟିଲାଗଡ ପୋଲିସ ଏ ନେଇ କେସ ନଂ-୦୯/୦୬-୦୧-୨୦୨୪ ଅନୁଯାୟୀ ଧାରା,୨୭୯/୩୩୭/୩୩୮ କ୍ରମେ ଏକ ମାମଲା ରୁଜ୍ଜୁ କରି ଗାଡ଼ି ଜବତ କରିଥିଲେ । ଏଭଳି ଘଟଣା ଟିଟିଲାଗଡ ଥାନା ଅନ୍ତର୍ଗତ ବୁର୍ଡିପଡ଼ା ଗ୍ରାମ ନିକଟସ୍ଥ ବାନ୍ଧୂପଲା ଛକ ରେ ଘଟିଥିଲା ।

ବୁର୍ଡିପଡା ଗ୍ରାମ ର ସିନ୍ଧୁଲାଲ ସାହୁ (ବ-୩୯)ନାମକ ବ୍ୟକ୍ତି ଓ ତାଙ୍କ ସାତ ବର୍ଷ ର ପୁତ୍ର ସନ୍ତାନ ଶୁଭମ୍ ସାହୁ (ବ-୧୦) ଉଭୟ ବର୍ତ୍ତମାନ ଶଯ୍ୟାଶାୟୀ । ଏପରିକି ତାଙ୍କ ଗୋଟିଏ ଗୋଡ ସବୁଦିନ ପାଇଁ ହରାଇଛନ୍ତି । ସେହିପରି ତାଙ୍କ ପୁଅ ଙ୍କ ଗୋଟିଏ ଗୋଡ ରେ ରଡ ଲାଗି ଅସ୍ତ୍ରୋପଚାର କରାଯାଇଛି । ଉଭୟ ଶଯ୍ୟାଶାୟୀ ଅବସ୍ଥାରେ ରହିଥିବା ବେଳେ ତାଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ କିଛି ସୁବିଧା ନ ପାଇ ସର୍ବସ୍ବାନ୍ତ ହୋଇ ପଡିଛନ୍ତି ।

ଗୁରୁତର ଥିବା ରୁ ବଡ କଟକ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନାକୁ ଯିବା ଓ ସେଠି ବ୍ୟାଡ ଖାଲି ନ ଥିବା ଓ ଅସ୍ତ୍ରୋପଚାର ଆଠ ଦିନ ପରେ ହେବ କହି ସ୍ଥିତି ଗମ୍ଭୀର ଥିବା ଦର୍ଶାଇ ତୁରନ୍ତ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି କରିବାକୁ କୁହାଯାଇଥିଲା । ଦୁର୍ଭାଗ୍ୟ ବଶତଃ ଭୁବନେଶ୍ଵର ର ପାଞ୍ଚ ଗୋଟି ଘରୋଇ ମ୍ୟାଡିକାଲ ରେ ବୁଲି ଶେଷରେ କିମ୍ସ ନାମକ ଡାକ୍ତରଖାନା ରେ ଦୁଇ ଜଣ ଭର୍ତ୍ତି ହୋଇଥିଲେ ।

ଘର ବନ୍ଧା ରଖି ଓ ଏକ ଜମି ବିକ୍ରି କରି ତାଙ୍କ ସମ୍ପର୍କୀୟ ଟଙ୍କା ପଠେଇ ଥିଲେ । ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏବେ ସର୍ବସ୍ବାନ୍ତ ହୋଇ ପଡ଼ିଥିବା ବେଳେ ରୋଜଗାର କ୍ଷମ ସ୍ବାମୀ ଙ୍କ ଗୋଟିଏ ଗୋଡ ଆଉ କାମ ଦେବନି ବୋଲି ଡାକ୍ତର ପ୍ରକାଶ କରିଥିବା ଓ ପୁନଃ ଉକ୍ତ ଡାକ୍ତରଖାନା ଦୁଇ ଥର ଯିବା କୁ ପରାମର୍ଶ ଦେଇଛନ୍ତି। ଉଭୟ ଶଯ୍ୟାଶାୟୀ ଙ୍କ ପୁନଃ ଅସ୍ତ୍ରୋପଚାର କରାଯିବ ।

ଉକ୍ତ ଗାଡ଼ି ମାଲିକ ପିଣ୍ଟୁ ମିଶ୍ର ନାମକ ବ୍ୟକ୍ତି ନା ରେ ପୂର୍ବରୁ ଅନେକ ମାମଲା ରୁଜ୍ଜୁ ହୋଇ ଥିବା ବେଳେ ସେ ଫେରାର ଥିବା ପୋଲିସ ପ୍ରକାଶ କରି ଗାଡ଼ି ଜବତ କରିଛି, ଏପରିକି ଗାଡ଼ି ଧକ୍କା କରି ସେ ଘଟଣା ସ୍ଥଳ ରୁ ଫେରାର ହୋଇଗଲା ସିନା କିଛି ଯୁବକ ଆସି ଗାଡ଼ି ର ନମ୍ବର ପ୍ଲେଟ ବଦଳେଇ ଦେଇ ଗାଡ଼ି ରେ ଥିବା ଏସ କଫ ନାମକ କଫ ଶୀରଫ ନେଇ ଚାଲି ଯିବା ଓ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଅଧା ଗାଡ଼ି ରେ ଚଡି ଚମ୍ପଟ ମାରି ଥିଲେ । ଉକ୍ତ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଖୋଲା ରେ ବୁଲିବା ଦେଖାଯାଉଛି । ଏ ନେଇ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ସହ ଉକ୍ତ ଅଭିଯୁକ୍ତ ଗାଡ଼ି ମାଲିକ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।