ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ର ଢେଙ୍କାନାଳରେ ଶାଖା ଉଦଘାଟନ

0
235
ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର

ରିପୋର୍ଟ : ଶୁଭମ ପାଣି //
ଢେଙ୍କାନାଳ, (୨୮/୧୨) : ଆଜି ବିଏସ ନାଲ୍ ବିଲ୍ଡିଙ୍ଗ, ଦକ୍ଷିଣ କାଳୀ ରୋଡ଼ ଢେ଼ଙ୍କାନାଳ ରେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ର ମୁଖ୍ୟ କାର୍ଯ୍ୟାଳୟ ଭାବେ ଉଦଘାଟନ ଦେଖିବାକୁ ମିଳିଥିଲା ।

ଏଠାରେ ଗରିବ ଲୋକମାନଙ୍କ ସ୍ଵୟଂ ସହାୟକ ଗୋଷ୍ଠୀ, ଛତୁ ଚାଷ, କୁକୁଡ଼ା ଚାଷ, ମାଛ ଚାଷ, ସୁନା ଋଣ ଏବଂ ସମସ୍ତ ପ୍ରକାର ସୁବିଧା ଯୋଗାଇବେ ବୋଲି କହିଛନ୍ତି । ଏହା ଓଡ଼ିଶା ର ୨୪ ତମ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ର ଶାଖା ଉଦଘାଟନ ବୋଲି ଜଣାପଡିଛି | ଶାଖା ଉଦଘାଟନ ରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ବିଏସ୍ ଏନ୍ ଏଲ ର ଜେନେରାଲ ମ୍ୟାନେଜର ଶ୍ରୀ ପ୍ରଦୀପ କୁମାର ମଲ୍ଲିକ, ଭୁବନେଶ୍ୱର ର ଜୋନାଲ ମ୍ୟାନେଜର ଶ୍ରୀ ବିନୟ କୁମାର, ଢେଙ୍କାନାଳର ବ୍ରାଞ୍ଚ ମ୍ୟାନେଜର ଦୂର୍ଗେସ ଡି ପଟ୍ଟନାୟକ ଉପସ୍ଥିତ ରହିଥିଲେ |