ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୬/୧୧) : ଆଜି କାଶୀନଗର ପୌର ପରିଷଦ ଅଞ୍ଚଳରେ ଥିବା ମାଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସରକାରଙ୍କ ନିୟମ ମୁତାବକ ପ୍ରତ୍ୟେକ ବିଦ୍ୟାଳୟ ନିମନ୍ତେ ଗୋଟିଏ ପରିଚାଳନା କମିଟି ଗଠିତ ହୋଇଥାଏ । ସେହିଭଳି ମାଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ଗଠିତ ହୋଇଯାଇଛି । ଶ୍ରୀ କେ. ଶ୍ରିନୁ ସଭାପତି ଓ ମୁଡ଼ିଆଲୁ ସୁଷମା ଉପସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଅନ୍ୟ ୧୦ ଜଣ କମିଟି ମେମ୍ବର ଭାବେ ନିର୍ବାଚିତ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ଏମ୍.ସରିତା ସୂଚନା ଦେଇଛନ୍ତି |