Tuesday, February 27, 2024

Top 5 This Week

Related Posts

ରାଗିଗଲେ ପ୍ରେମିକ, ବ୍ରେକ୍‌ଅପ୍‌ ପାଇଁ କାଟିଦେଲେ ପ୍ରେମିକାର ବେକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କର୍ଣ୍ଣାଟକ, (୧୭/୧୧) : କଲେଜରେ ମନ ମିଶିଲା, ଆରମ୍ଭ ହେଲା ପ୍ରେମ । ହେଲେ ବେଶି ଦିନ ତିଷ୍ଠି ପାରିଲାନି ଏହି ମଧୁର ସମ୍ପର୍କ। ଆଉ ଖୁବ୍‌ କମ୍‌ ଦିନରେ ବ୍ରେକ୍‌ଅପ୍‌ ବି ହୋଇଗଲା । ବ୍ରେକ୍‌ଅପ୍‌ ପାଇଁ କାଟିଦେଲେ ପ୍ରେମିକାର ବେକ

ମାତ୍ର ଏହାକୁ ପ୍ରେମିକ ଜଣକ ସହଜେ ଗ୍ରହଣ କରି ପାରିଲେନି । ପ୍ରତିଶୋଧ ନେବାକୁ ଯାଇ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକାର ଗଳା କାଟି ଦେଲେ । ଏପରି ଏକ ଚାଞ୍ଚଲ୍ୟକର ଘଟଣା କର୍ଣ୍ଣାଟକର ହାସନ ଜିଲ୍ଲାରେ ଘଟିଛି । ମୃତା ଛାତ୍ରୀଜଣକ ୨୧ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ସୁଚିତ୍ରା ବୋଲି ଜଣାଯାଇଛି । ତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ପ୍ରେମିକଙ୍କୁ ବାନ୍ଧିଛି । ସୁଚିତ୍ରା କର୍ଣ୍ଣାଟକର ଏକ କଲେଜରେ ଇଞ୍ଜିନିୟରିଂ ପଢ଼ୁଥିଲେ । ଉକ୍ତ କଲେଜରେ ପଢ଼ୁଥିବା ତେଜସଙ୍କ ସହ ତାଙ୍କ ପ୍ରେମ ସମ୍ପର୍କଆରମ୍ଭ ହୋଇଥିଲା । କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲା ନାହିଁ ।

ସମ୍ପର୍କରେ ତିକ୍ତତା ଆସିବାରୁ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଗଲା । ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ଯାଇଥିବା ତେଜସ ସୁଚିତ୍ରାଙ୍କୁ ପାନେ ଦେବାକୁ ସ୍ଥିର କଲେ । ସୁଯୋଗ ଦେଖି ସେ ଦିନେ ସୁଚିତ୍ରାଙ୍କୁ ନିଛାଟିଆ ଜାଗାକୁ ଡାକିଥିଲେ । ଏହାପରେ ସେଠାରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ଏକ ଛୁରୀ ସାହାଯ୍ୟରେ ସୁଚିତ୍ରାଙ୍କ ବେକ କାଟି ଦେଇଥିଲେ ତେଜସ । ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୁଲିସ୍ ତୁରନ୍ତ ତେଜସଙ୍କୁ ଗିରଫ କରିଛି ।