ରାମଗଡ଼ ଠାରେ ସ୍ୱର୍ଗତ ଚିନ୍ତାମଣି ନାୟକଙ୍କ ୪୪ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

0
294
ରାମଗଡ଼ ଠାରେ ସ୍ୱର୍ଗତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୩/୧୦) : ରାମଗଡ଼ ଠାରେ ସ୍ୱର୍ଗତ ଚିନ୍ତାମଣି ନାୟକଙ୍କ ୪୪ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ | ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ରାମଗଡ଼ ଠାରେ ୧୯୬୬ ମସିହାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସୃଷ୍ଟି ହୋଇଥିଲା | ଏହି ଶିକ୍ଷା ଅନୁଷ୍ଠାନ ରୁ ବହୁ ସୁଗୁଣବାନ ଛାତ୍ର ଛାତ୍ରୀ ପାଠ ପଢ଼ୀ ଜିଲ୍ଲା ରାଜ୍ୟ ରେ ନାଁ କରିଛନ୍ତି |

ପୂର୍ବେ ରାମଗଡ ଅଂଚଳ ବାସୀଙ୍କ ସାହାଯ୍ୟ ସହଯୋଗରେ ଗଢିଉଠିଥିବା ଏହି ଶିକ୍ଷା ଅନୁଷ୍ଠାନକୁ ପୂର୍ଣ୍ଣ ମୁକ୍ତ ହସ୍ତରେ ଭୂମି ଦାନ କରିଥିବା ମହା ମହିମ ଶ୍ରୀଯୁକ୍ତ ଚିନ୍ତା ମଣି ନାୟକ ଅନ୍ୟତମ | ଶ୍ରୀ ନାୟକ ବିଦ୍ୟାଳୟ ପାଇଁ ମୁକ୍ତ ହସ୍ତରେ ୨.୫୦ ଏକର ଭୂମି ଦାନ କରି ସ୍କୁଲ ପାଇଁ ଅମର ହୋଇ ରହିଯାଇଛନ୍ତି | ଶ୍ରୀ ନାୟକ ୧୪/୧୧/୧୯୭୭ ରେ ତିରୋଧାନ ହୋଇଥିଲେ | ତେଣୁ ତାଙ୍କୁ ମନେ ରଖିବା ପାଇଁ ସ୍କୁଲ ପରିସରରେ ସ୍ଥାପନ କରାଯାଇଥିଲା ପ୍ରତିମୂର୍ତ୍ତି | ଏବଂ ପ୍ରତି ବର୍ଷ ରାମଗଡ଼ ଠାରେ ସ୍ୱର୍ଗତ ଚିନ୍ତାମଣି ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଅଛି | ଚଳିତ ବର୍ଷ ବି ଆଜି ଦିନରେ ଶ୍ରୀ ନାୟକ ଙ୍କ ୪୪ ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଅଛି |

ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲ, ସହ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ, ଶିକ୍ଷକ ବିଜନ କୁମାର ମହାନ୍ତି, ବେତ୍ରା ଜଗଦଲା, ବିରନାରାୟ ପ୍ରଧାନ, ଶିକ୍ଷୟିତ୍ରୀ ପୁଷ୍ପଲତା ବେହେରା, ତମିନା ଜେନା, ରଞ୍ଜିତା ବେହେରା, ସାଧୁଚରଣ ସାହୁ, ହରିଶଙ୍କର ଯୋଶୀଙ୍କ ସମେତ ସ୍କୁଲ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଗ୍ରାମର ସଭାପତି (ଅବସରପ୍ରାପ୍ତ ରାମଗଡ ଏ ମି ସ୍କୁଲ ପ୍ରଧାନ ଶିକ୍ଷକ) ଦିନମଣୀ ଡାଙ୍ଗ ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକ ଦିନେଶ ଯୋସୀଙ୍କ ପୌରାହିତ୍ୟରେ ଶ୍ରୀ ଚିନ୍ତାମଣି ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ଅର୍ପଣ କରି ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା |