Tuesday, February 27, 2024

Top 5 This Week

Related Posts

ସମ୍ୱଲପୁର ଆରଡିସି ଙ୍କ ଦୃଢ଼ ପ୍ରତିଶୃତି ପରେ ଗଣଧାରଣା ସ୍ଥଗିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୩/୦୨) : ଚଳିତ ମାସ ପାଞ୍ଚ ତାରିଖ ଠାରୁ ନଅ ତାରିଖ ପର୍ଯ୍ୟନ୍ତ ନକଲି ଦେୱାର (କେଉଟ, କୈବର୍ତ୍ତ ଏବଂ ଧୀବର ) ଙ୍କୁ ଅନୁସୂଚିତ ଜାତି ତାଲିକାରୁ ତୁରନ୍ତ ବାଦ୍ ଦେବାକୁ ଅଲ ଓଡ଼ିଶା କେଡିକେ ହଟାଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ (ସମ୍ବଲପୁର) ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା ।

ସମ୍ୱଲପୁର ଆରଡିସି ଙ୍କ ଦୃଢ଼ ପ୍ରତିଶୃତି ପରେ ଗଣଧାରଣା ସ୍ଥଗିତ । ଅଗ୍ରଣୀ ସାମାଜିକ ସଂଗଠନ ର ଶତାଧିକ ସାମାଜିକ ସଂଗଠକ , ଅସଲି ଅନୁସୂଚୀତ ଜାତିର ପ୍ରତିନିଧି ଏବଂ ସମର୍ଥକ ଏହି ଗଣଧାରଣା ରେ ଅଂଶଗ୍ରହଣ କରିଥିଲେ । ପୂର୍ବତନ ବିଧାୟକ ତଥା ସଂଗଠନର ରାଜ୍ଯ ସଭାପତି ତାପସ କୁମାର ଦାସଙ୍କ ନେତୃତ୍ବରେ ରାଜ୍ୟ ଆବାହକ ତଥା ମହାସଚିବ ଡିଙ୍ଗର କୁମ୍ଭାର, ରାଜ୍ଯ କୋଷାଧ୍ୟକ୍ଷ ଟିକେଲାଲ୍ କୁମ୍ଭାର, ରାଜ୍ଯ ଉପ ସଭାପତି ସୁଧାଂଶୁ ଡାଙ୍ଗ, ସଂଗଠନର ବଲାଙ୍ଗୀର ଜିଲ୍ଲା ଆଇଟି ସେଲ୍ ଅଧ୍ୟକ୍ଷ ଝସକେତନ ମହାନନ୍ଦ, ବୌଦ୍ଧ ଜିଲ୍ଲା ଆବାହକ ଜୟରାମ ହରିପାଲ, ସମ୍ବଲପୁର ଜିଲ୍ଲାର ଆବାହକ ସନ୍ଦେଶ ବାଘ, ସମ୍ୱଲପୁର ଜିଲ୍ଲା ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଟିକେମନ୍ ଦୀପ , ବରଗଡ ଜିଲ୍ଲାର ଆବାହକ ଜୀବର୍ଦ୍ଧନ ହାତୀ, ସୁବର୍ଣ୍ଣପୁର ଜିଲ୍ଲାର ଆବାହକ ଶଙ୍କର ବାଗ୍, ବୌଦ୍ଧ ଜିଲ୍ଲାର ବିଶିଷ୍ଟ ନାରୀ ନେତ୍ରୀ ନନ୍ଦିନୀ ନାଏକ, ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ, ବରିଷ୍ଠ ସମାଜସେବୀ ସୁବ୍ରତ କୁମାର ଜଗଦଲା , ବିଶ୍ଵଜୀବନ ନିଖଣ୍ଡିଆ , ଧୀରଜ ସିଂ, ଆୟୁଷ ହରିପାଲ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥଲେ ।

ଅଗ୍ରଣୀ ସାମାଜିକ ସଂଗଠନ ଭୀମ ଆର୍ମୀ ର ରାଜ୍ଯ ସଭାପତି ଲଙ୍କେଶ ରାବଣ ଗଣଧାରଣା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଂଯୋଜନା କରିଥିଲେ । ଗଣଧାରଣା ର ଶେଷ ଦିନରେ ଆରଡିସି ମହୋଦୟ ଆନ୍ଦୋଳନକାରୀ ଙ୍କ ମଧ୍ୟରୁ ଏକ ଦଶ ଜଣିଆ ପ୍ରତିନିଧି ମଣ୍ଡଳୀ ଙ୍କୁ ଆମନ୍ତ୍ରଣ କରି ଦୀର୍ଘ ଦୁଇ ଘଣ୍ଟା କାଳ ଆଲୋଚନା କରାଯାଇଥିଲା । କେଉଟ, ଧୀବର, କୈବର୍ତ୍ତ (କେଡିକେ) ମାନଙ୍କୁ ସଂପୂର୍ଣ୍ଣ ହଟେଇବା ସକାଶେ ଦଶ ଜଣିଆ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଆରଡିସି ଙ୍କ ସମ୍ମୁଖରେ ବଳିଷ୍ଠ ତଥ୍ୟ ଭିତ୍ତିକ ଯୁକ୍ତି ଉପସ୍ଥାପନ କରଯାଇଥିଲା । ଆଗାମୀ ଦଶ ଦିନ ମଧ୍ୟରେ ଯେତେ ଦୂର ସମ୍ଭବ ଆରଡିସି ମହୋଦୟଙ୍କ ଦ୍ଵାରା ସମସ୍ତ କାର୍ଯ୍ୟ ସମ୍ପାଦନ କରିବାର ଦୃଢ଼ ପ୍ରତିଶୃତି ପ୍ରଦାନ ପରେ ଗଣଧାରଣାକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସଙ୍ଗଠନ ନିଷ୍ପତ୍ତି ନେଇଥିଲା ।