ସଡ଼କ ଦୁର୍ଘଟଣାରେ ବୃଦ୍ଧ ଙ୍କ ମୃତ୍ୟୁ

0
103
ସଡ଼କ ଦୁର୍ଘଟଣାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୮) : ଗତକାଲି ରାତ୍ର ରେ କାଶୀନଗର ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟି ଯାଇଛି ।

ପ୍ରାପ୍ତ ସୂଚନା ଅନୁଯାଇ, କାଶୀନଗର ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମ ର ଦଣ୍ଡାସୀ ମଲାନା (୫୯) ନିଜ ବିଲ କାମ ସାରି ଘରକୁ ଫେରୁଥିବା ବେଳେ ସମ୍ମୁଖ ପଟରେ ଏକ ବଜାଜ ପ୍ଳଟିନା ଗାଡି ନମ୍ବର OD20 -8985 ମୋଟର ସାଇକେଲ ତାଙ୍କୁ ଧକ୍କା ମାରିଥିଲା । ଯାହା ଫଳରେ ସେ ଘଟଣା ସ୍ଥଳ ରେ ତଳେ ପଡିଯାଇଥିଲେ । ସଡ଼କ ଦୁର୍ଘଟଣାରେ ବୃଦ୍ଧ ଙ୍କ ମୃତ୍ୟୁ ଘଟଣାଟି କେ. ସୀତାପୁର ଫାଟକ ନିକଟ ରେ ଘଟିଥିଲା । ପୋଲିସ ଖବର ପାଇ ଘଟଣା ର ତଦନ୍ତ କରି ମୋଟର ସାଇକେଲ ଜବତ କରିଛନ୍ତି ଓ ଆସାମୀଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତ ଗୁମ୍ମା ବ୍ଲକ ର ହୋଇଥିବା ତଦନ୍ତ ରୁ ଜଣାପଡିଛି ।