Tuesday, February 27, 2024

Top 5 This Week

Related Posts

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୧/୦୨) : ଭଦ୍ରକ ୧୬ନଂ ଜାତୀୟ ରାଜପଥ ଆରଡ଼ି ଛକ ନିକଟରେ ଦୁର୍ଘଟଣା । ବୋଲେରୋ ଗାଡିକୁ ଧକ୍କା ଦେଲା ହାଇୱା ଗାଡି

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ, ୬ ଜଣ ଗୁରୁତ୍ୱର, ଓ ୪ ଜଣ ଆହତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଗୋପାଳପୁର ଅଞ୍ଚଳରୁ ଏକ ବୋଲେରୋ ଗାଡ଼ିରେ ପୁରୀ ଜଗନ୍ନାଥ ଧାମକୁ ଦର୍ଶନ କରିବାକୁ ଯାଇଥିଲେ । ଗତକାଲି ପୁରୀରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଭଦ୍ରକ ଆରଡ଼ି ଛକ ନିକଟରେ ଏକ ହାଇୱା ଗାଡି ଏହି ବୋଲେରୋ ଗାଡିକୁ ଧକ୍କା ଦେଇ ଫେରାର ହୋଇ ଯାଇଛି । ଏହି ଧକ୍କା ହେବା ଫଳରେ ବୋଲେରୋ ବସିଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତ୍ୱର ହୋଇଛନ୍ତି । ଏହି ଘଟଣାର ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ବୋଲେରୋ ଗାଡି ଟିକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।