Tuesday, February 27, 2024

Top 5 This Week

Related Posts

ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୧/୦୨) : ସମ୍ବଲପୁର ସଦର ରେଞ୍ଜର ଝାଙ୍କରପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ଜଣେ ମହିଲା ଗୁରୁତର ଆହତ ।

ମୃତ ବୃଦ୍ଧ ହେଲେ ଚୈତନ୍ୟ ଭୁଏ । ଗୁରୁତର ମହିଲା ହେଲେ ସୁଲୋଚନା ଭୁଏ । ଆଜି ବିଲମ୍ବିତ ରାତିରେ ସପରିବାର ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୧ ଟା ସମୟରେ ହାତୀ ଘର ଭାଙ୍ଗି ଦେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ବନବିଭାଗର କର୍ମଚାରୀ ଗାଁ’ରେ ପହଞ୍ଚିଥିଲେ । ଘଟଣା ପରେ ଗ୍ରାମ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସେପଟେ ବନବିଭାଗ ହାତୀ ଘଊଡଇବା ପରେ ଦନ୍ତା ସଂପୃକ୍ତ ବସ୍ତିରୁ ବାହାରି ନିକଟସ୍ଥ ଏକ ରାଇସ ଭିତରକୁ ପଶିଥିବା ଜଣାଯାଇଛି ।