ହାବସପୁର ଗ୍ରାମପଞ୍ଚାୟତ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

0
81
ହାବସପୁର

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୨୧/୦୯) : ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଞ୍ଚାୟତ ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ହାବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ନିଜ ନିଜ ପରିବେଶ ର ସ୍ୱଚ୍ଛତା ରକ୍ଷା କରିବା ପାଇଁ ଶପଥ ପାଠ କରାଯାଇଥିଲା । ଏହାପରେ ସ୍ଥାନୀୟ ଛାତ୍ର ଛାତ୍ରୀ, ସ୍ୱାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ଶୋଭାଯାତ୍ରା ସମସ୍ତ ଗ୍ରାମ ପରିକ୍ରମା କରାଯାଇ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା ।

ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ପରିବେଶ ସୁରକ୍ଷା ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ସ୍ୱାସ୍ଥ୍ୟ ସେବା ପଦାଧିକାରୀ ସାଧୁରାମ କୈବର୍ତ୍ତ, ଆଶାରାଣୀ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।