୧୨୨୮.୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

0
210
୧୨୨୮.୫ କେଜି ଗଞ୍ଜେଇ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୨୭/୦୩) : ଦୁର୍ଗମ ଅଞ୍ଚଳରେ ନିଜ କାୟା ବିସ୍ତାର କରି ଚାଲିଛନ୍ତି ଗଞ୍ଜେଇ ମାଫିଆ । ଆଜି ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୁଣପୁର ଆଦର୍ଶ ଥାନା ପୋଲିସ ୧୨୨୮.୫ କେଜି ଗଞ୍ଜେଇ ସହ ଚାଲାଣ ରେ ବ୍ୟବହୃତ ହେଉଥିବା ଏକ ଆଇଚର ଟ୍ରକ, ଏକ ସୁଇଫ୍ଟ ଡିଜାଇର କାର, ଏକ ରୟାଲ ଏନଫିଲ୍ଡ ଵୁଲେଟ ମଟର ସାଇକେଲ ସହ ନଗଦ ୭୦୦ ଟଙ୍କା ଜବତ କରିଛି ।

ଏ ସଂକ୍ରାନ୍ତରେ ଗୁଣପୁର ଥାନାରେ ଏନ୍.ଡି.ପି.ଏସ୍. ଏକ୍ଟରେ କେସ୍ ନମ୍ବର ୬୬ ରେ ଏକ ମାମଲା ରୁଜୁ କରାଯାଇଛି । ରାୟଗଡା ଜିଲ୍ଲା ଦୁର୍ଗମ ଗ୍ରାମାଞ୍ଚଳ ରୁ କମ ଦରରେ ଗଞ୍ଜେଇ କିଣି ବିହାର ଓ ଅନ୍ୟାନ୍ୟ ଅଞ୍ଚଳରେ ଚଢା ଦରରେ ବିକ୍ରିକରି ମାଲେମାଲ ହେଉଛନ୍ତି ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ । ରାମନାଗୁଡା ଠାରେ ପୋଲିସ ଚେକିଂ ବେଳେ ଏକ ଆଇଚର ଟ୍ରକ କୁ ସନ୍ଦେହରେ ଅଟକାଇ ତନାଘନା କରିବାରୁ ସେଥିରୁ ୩୫ ଗୋଟି ବସ୍ତାରୁ ୧୨୨୮.୫ କେଜି ଗଞ୍ଜେଇ ବାହାରିଥିଲା । ଚୋରା ଚାଲାଣ ପାଇଁ ବ୍ୟବହୃତ ଗୋଟିଏ କାର, ବୁଲେଟକୁ ପୋଲିସ ଜବତ କରିଛି । ଅଭିଯୁକ୍ତ ଜଣକ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଗ୍ରାମର ସୁନୀଲ ଗୌଡ଼ ବୋଲି ଜଣାପଡିଛି ।

ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବା ସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି । ଗୁଣପୁର ପୋଲିସ ବାରମ୍ବାର ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରୁଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଵନ୍ଦ ହେବାର ନାଁ ନେଉନି । ତେବେ କେଵେ ଏହି ଗଞ୍ଜେଇ ମାଫିଆଙ୍କ ଉପରେ ଅଙ୍କୁଶ ଲଗେଇବାର ଗୁଣପୁର ପୋଲିସ ସଫଳ ହେଉଛି ଦେଖିବାକୁ ବାକି ରହିଲା ।