Friday, March 29, 2024

Top 5 This Week

Related Posts

ସାନ ଗୋଡ଼ାଘାଟି ରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ସାନ ଗୋଡ଼ାଘାଟି ଗାଁ ର ଯୁବକ ସଙ୍ଘ ତରଫରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇ ଯାଇଛି । ଏଥିରେ ପାଟବନ୍ଧ ବିଜୟୀ ହୋଇଛି ।

ବିଧାୟକ ପ୍ରତିନିଧି (ଟିଟି) ବୃନ୍ଦାବନ ପାଢ଼ୀ, ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ, ସମିତି ସଭ୍ୟ ହେମଗିରି ଆମରାପୁ, ସରପଞ୍ଚ ଙ୍କ ସ୍ୱାମୀ ସଞ୍ଜୟ ନିଷିକା ଉପସ୍ଥିତ ରହି ଭଳିଭଲ ଟୋର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ସାନ ଗୋଡ଼ାଘାଟି ଭଲିବଲ ଟୁର୍ଣ୍ଣାମେଣ୍ଟ ରେ ମୋଟ ୩୨ ଟି ଦଳ ଭାଗ ନେଇଥିବା ବେଳେ ଉଦଘାଟନ ଖେଳ ରେ ପାଟବନ୍ଦ ଓ ହଜାରିଡାଙ୍ଗୁ ରହିଥିଲା ।

ପ୍ରତ୍ୟେକ ଦିନ ଦୁଇଟି ଦଳ ଲେଖାଏଁ ଖେଳ କରାଯିବ । ଗୋଟିଏ ଦଳ ଯୋଗଦାନ ପାଇଁ ୫୦୦ ଟଙ୍କା ଦେବାକୁ ପଡୁଛି । ଫାଇନାଲ ଖେଳରେ ବିଜୟୀ ଦଳକୁ (୧୦,୦୦୦) ଦଶ ହଜାରଟଙ୍କା ସହ ଟ୍ରଫି, ପରାଜୟ ଦଳକୁ (୭,୦୦୦) ସାତ ହଜାର ଟଙ୍କା ସହ ଟ୍ରଫି, ଭଲ ହିଟର ପାଇଁ ୨୦୦ ଟଙ୍କା ଟ୍ରଫି ଓ ଭଲ ନେଟର ପାଇଁ ୧୫୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ତରଫରୁ କହିଛନ୍ତି ।

ଆଜି ଉଦଘାଟନ ଉତ୍ସବରେ ହଜାରିଡାଙ୍ଗ ଓ ପାଟବନ୍ଧ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଏଥିରେ ପାଟବନ୍ଧ ୩୮ ପଏଣ୍ଟ ଓ ହଜାରିଡାଙ୍ଗ ୨୦ ପଏଣ୍ଟ କରିଥିବା ବେଳେ ପାଟବନ୍ଧ ୧୮ ପଏଣ୍ଟ ଅଧିକ କରି ବିଜୟ ହୋଇଥିଲା । ମ୍ୟାଚ ରେଫରି ଭାବେ ଜୟରାମ କୁଲିସିକା ରହିଥିଲେ । ସ୍ଥାନୀୟ ଯୁବକ ସଂଘ ସଭାପତି ସଞ୍ଜୟ ହୁଈକା ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Popular Articles