କଲ୍ୟାଣସିଂହପୁର ବ୍ଲକରେ ଅଦିନିଆ ବର୍ଷା ଯୋଗୁଁ କପା ଚାଷୀ ଙ୍କ ମୁଣ୍ଡରେ ଚିନ୍ତା

0
213
କଲ୍ୟାସିଂହପୁର ବ୍ଲକରେ ଅଦିନିଆ

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା
କଲ୍ୟାଣସିଂହପୁର, ତା-(୧୨/୧) : ଏବେ ସାରା ଓଡ଼ିଶାରେ ଅଦିନିଆ ବର୍ଷା ଲାଗିରହିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଅଦିନିଆ ବର୍ଷା ପ୍ରଭାବରେ କପା ଚାଷୀ ଏବେ ଚିନ୍ତାରେ ।

ଗତ ଏଗାର ତାରିଖ ଠାରୁ ପାଗ କହଲା ରହିବା ସହ କଲ୍ୟାଣସିଂହପୁର ବ୍ଲକରେ ଅଦିନିଆ ବର୍ଷା ହେବା ଦ୍ବାରା ହଜାର ହଜାର ହେକ୍ଟର ଜମିରେ କପା ଚାଷ ହୋଇଥିବା ଦେଖିବାକୁ ମିଳିଛି । କପା ଓଦା ହେବା ପରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଖରା, ବର୍ଷା, ଶୀତ, କାକର ସହି ଚାଷୀ ଭଲ ଅମଳ ହେବା ଆଶାରେ କପା ରେ ଲାଗି ପଡି ଥିବା ବେଳେ ଅଦିନିଆ ବର୍ଷା ଚାଷୀ ର ମନୋବଳ ଭାଙ୍ଗିବା ସହ ଆର୍ଥିକ କ୍ଷତି ସହିବା ଚାଷୀ ଆଶଙ୍କାରେ ରହିଛନ୍ତି ।

ସାହୁକାର ଠାରୁ ଋଣ କରି ସାର, କପାମଞ୍ଜି ଚାଷ ରେ ଲଗେଇ ଥିବା ବେଳେ ଅଦିନିଆ ବର୍ଷା ହେବାରୁ ବର୍ତ୍ତମାନ ସାହୁକାର କପା ନେବ କି ନାହିଁ ସନ୍ଦେହରେ ରହିଛନ୍ତି ଚାଷୀ । କ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ଠାରେ ନିବେଦନ କରିଛନ୍ତି ।

ବ୍ଲକ କୃଷି ଅଧିକାରୀ ବାରିୟାଲ୍ କିସ୍କୁ ଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ୪୫୬୦ ହେକ୍ଟର ଜମିରେ କପା ଚାଷ ହୋଇଛି କିନ୍ତୁ କ୍ଷତି ହୋଇଥିବା ନେଇ ବର୍ତ୍ତମାନ ଯାଏଁ ସରକାର ଙ୍କ ପାଖରେ କୌଣସି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ କ୍ଷତି ଆକଳନ କରି ସରକାରୀ ନିୟମ ମୁତାବକ ସହାୟତା ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ।