Friday, March 29, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦକୁ ଦଖଲ କଲା ବିଜୁ ଜନତା ଦଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୬/୩) : ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦକୁ ଦଖଲ କଲା ବିଜୁ ଜନତା ଦଳ । ଗୋଟିଏ ପୌର ଓ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୌରାଧ୍ୟକ୍ଷ ଆସନରେ ବିଜେଡି ବିଜୟୀ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ତାମସୀ ତମସ୍ମିତା ନାଏକ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ରାଜଶ୍ରୀ ଦ୍ବିବେଦୀଙ୍କ ଠାରୁ ୩୫୬୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ପୌର ପରିଷଦ ର ୧୫ଟି ୱାର୍ଡରୁ ବିଜେଡି ୧୨ଟି, ବିଜେପି ୨ଟି ଓ କଂଗ୍ରେସ ୧ଟି ୱାର୍ଡରେ ବିଜୟୀ ହୋଇଛି । ଠିକ ସେହିପରି ତରଭା ଏନଏସିରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ବନ୍ଦିତା ନାଏକ ବିଜେପି ପ୍ରାର୍ଥୀ ଶିବାନୀ ସେଠ୍ ଙ୍କ ଠାରୁ ୨୮୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ଏବଂ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିନିକା ଏନଏସିରେ ମଧ୍ୟ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ଭୋଈ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ବିଶ୍ବାମିତ୍ର ଭୋଈଙ୍କ ଠାରୁ ୨୮୧୨ ଭୋଟରେ ବିଜୟୀ ହୋଇଛନ୍ତି ।

ବିନିକା ଏନଏସି ର ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ଓ ଗୋଟିଏ ୱାର୍ଡରେ ବିଜେପି ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁର ସମେତ ତରଭା ଓ ବିନିକା ଠାରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଶୋଭାଯାତ୍ରା କରି ସହରବାସୀଙ୍କୁ ଅଭିନଂଦନ ଜଣାଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles