ବାତ୍ୟା ଆଶ୍ରୟ ସ୍ଥଳରେ ଉଦ୍ଧାର କାର୍ଯ୍ୟ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

0
200
ବାତ୍ୟା ଆଶ୍ରୟ ସ୍ଥଳରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୨/୯) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଭିତରବଡି ଗ୍ରାମରେ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳରେ ଗତ ୧୦ ଦିନ ଧରି ଉଦ୍ଧାର କାର୍ଯ୍ୟ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଥିବା ଜଣାପଡିଛି ।

ଆଜି ବାତ୍ୟା ଆଶ୍ରୟ ସ୍ଥଳରେ ଉଦ୍ଧାର କାର୍ଯ୍ୟ ସମ୍ପର୍କିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ସୁପ୍ରଭାତ ଷଡଙ୍ଗୀ ତଥା ବୋରିଗୁମ୍ମା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧୁରୀ ଆଚାରି, ବୋଡିଗାଁ ସରପଞ୍ଚ କରୁଣା ବଡନାୟକ ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିବା ଜଣାପଡିଛି । ଆଜି ନିଆଁ ଲାଗିଥିବା ଘର ମଧ୍ୟରୁ ଆହତଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେ ସମ୍ପର୍କିତ ଡେମୋ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଜରୁରୀକାଳୀନ ବିଭାଗ ତଥା ବୋରିଗୁମ୍ମା ପଞ୍ଚାୟତ ସମିତି ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଥିବା ଜଣାପଡିଛି ।

ଆଜି ଉଦଯାପନୀ ଦିବସରେ ସମୁଦାୟ ୨ଟି ସେକ୍ଟରରେ ୫୦ ଜଣ ସ୍ଥାନୀୟ ସ୍ୱେଚ୍ଛାସେବୀ ଙ୍କୁ ଗତ ୪ ଦିନ ଧରି ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ, ଆଶ୍ରୟ ସ୍ଥଳୀ ପରିଚାଳନା ତଥା ପ୍ରାଥମିକ ଚିକିତ୍ସା ତାଲିମ ପ୍ରାପ୍ତ ଯୁବକ ମାନଙ୍କ ମକ୍ ଡ୍ରିଲ କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୯ ତାରିଖରେ ମଧ୍ୟ ଏହିପରି ମକ୍ ଡ୍ରିଲ କରାଯିବାର ସମ୍ଭାବନା ଥିବା କଥା ସଂଯୋଜକ ଶ୍ରୀ ଷଡଙ୍ଗୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।