Friday, March 29, 2024

Top 5 This Week

Related Posts

କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ରେ ମହୁଚାଷ କରି ଚାଷୀ ଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୧୧) : କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ରେ ମହୁଚାଷ କରି ଚାଷୀ ଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗ । ଆଦିମ କାଳରୁ ମହୁମାଛି ଜୀବ ଜଗତକୁ ସନ୍ତୁଳିତ କରି ରଖିବାରେ ମୂଖ୍ୟ ଭୂମିକା ନିର୍ବାହ କରିଆସିଛି ।

ଆଜି ମଣିଷ ଓ ଜୀବଜଗତର ଏହି ଉପକାରୀ ବନ୍ଧୁଟି ସଙ୍କଟରେ । ତେଣୁ ଆମର କର୍ତ୍ତବ୍ୟ ଏହି ନିରିହ ଵନ୍ଧୁଟିର ପ୍ରଜାତିକୁ ବଞ୍ଚାଇ ରଖିବା । ରାୟଗଡ଼ା ଜିଲ୍ଲା ସମ୍ପୁର୍ଣ୍ଣ ଭାବେ ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ମହୁଚାଷ କରି ଚାଷୀ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ରହିଛି । ସରକାର ମଧ୍ୟ ମହୁ ଚାଷକୁ ଗୁରୁତ୍ଵ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆତ୍ମା ସହାୟତାରେ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ର ତତ୍ତ୍ଵାବଧାନରେ ରାୟଗଡ଼ା ଜିଲ୍ଲାର ୧୫ ଜଣ ଚାଷୀଙ୍କୁ ମହୁ ଚାଷରେ ପାରଦର୍ଶିତା ଲାଭକରିବାର ସୁଯୋଗ ମିଳିଛି । ଚାଷୀ ମାନେ ମହୁ ଚାଷର ପଦ୍ଧତି, ରୋଗ ପୋକ, ମହୁ ଉତ୍ପାଦନ, ପରିବେଶ ପରିଚାଳନା, ମହୁବାକ୍ସର ଯତ୍ନ, ଦଳ ବିଭାଜନ ଏପରି ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରିବା ସହ ମହୁ ଚାଷୀଙ୍କ କ୍ଷେତକୁ ଯାଇ ମହୁ ବକ୍ସ ରୁ ମହୁ ବାହାର କରିବାର ପ୍ରଶିକ୍ଷଣ ନେଇଥିଲେ ।

ପ୍ରଶିକ୍ଷାର୍ଥୀ ମାନେ ନିଜେ ମହୁ ବାକ୍ସ ସଫା କରିବା ସହ ମହୁ ଫେଣ।ରେ ଥିବା ତିନି ପ୍ରକାର ମହୁ ମାଛିଙ୍କୁ ଚିହ୍ନି ଥିଲେ । ମହୁ ଚାଷ ଏପରି ଏକ ଚାଷ ଯେଉଁଥିରେ ଜମିର ଆବଶ୍ୟକ ନଥାଏ । ଜଣେ ଜମିହୀନ ଚାଷୀ ନିଜ ଘର ବାରିରେ ମହୁଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବ । ମହୁଚାଷ ସମ୍ବନ୍ଧରେ ସବୁ ତଥ୍ୟ ଜାଣିବା ପରେ ନିଜ ଅଞ୍ଚଳରେ ଏହି ଚାଷର ପ୍ରଚାର ପ୍ରସାର କରିବେ ବୋଲି ଚାଷୀମାନେ ପ୍ରତିଶୃତି ଦେଇଛନ୍ତି । ପୂର୍ବରୁ ମହୁଚାଷ ବିଷୟରେ ତାଲିମ ଦେବାକୁ ହେଲେ ସୁଦୂର ପୂରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳରୁ ପ୍ରଶିକ୍ଷକ ଆସୁଥିଲେ କିନ୍ତୁ ବର୍ତ୍ତମାନ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ଚାଷୀ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରୁଛନ୍ତି ।

ଚାଷୀ ନିଜ ବାଡ଼ି ବଗିଚାର ଏହି ମହୁ ବାକ୍ସ ରଖି ବେଶ ଦୁଇ ପଇସା ରୋଜଗାର କରି ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଥିବାରୁ ମହୁଚାଷ ର ଗୁରୁତ୍ୱ ବଢିଯାଇଛି । ଆଜି ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ଚାଷୀ ମାନଙ୍କୁ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।ଚାଷୀ ମାନେ ନିଜେ ମହୁଚାଷ କରିବା ସହ ନିଜ ଅଞ୍ଚଳର ଚାଷୀ ମାନଙ୍କୁ ମହୁଚାଷ ସମ୍ବନ୍ଧରେ ତାଲିମ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ମହୁଚାଷ ପ୍ରଶିକ୍ଷଣ ନେଇଥିବା ଚାଷୀଙ୍କ ଦ୍ଵାରା ମହୁଚାଷର କେତେଦୂର ପ୍ରଚାର ପ୍ରସାର ହୋଇପାରୁଛି ଦେଖିବାକୁ ବାକି ରହିଲା ।

Popular Articles