Thursday, March 28, 2024

Top 5 This Week

Related Posts

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୪/୧୧) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ପ୍ରଥମ କ୍ରୀଡା ପ୍ରତିଯୋଗିତା କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଙ୍କ ସଭାପତିତ୍ୱରେ ପାଞ୍ଚ ଦିନିଆ କ୍ରୀଡା ପତିଯୋଗିତା ଉଦଯାପିତ ହୋଇ ଯାଇଛି ।

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ । କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୧୮ ଟି ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିଲେ । ୧୯ ତାରିଖ କୁଳପତିଙ୍କ କରକମଳରେ ଚେସ ଏବଂ କାରମ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା । ଚେସ ପ୍ରତିଯୋଗିତାରେ ପ୍ରଗତି ମହାବିଦ୍ୟାଳୟର ତୁଷାର କାନ୍ତ ସାହୁ ବିଜୟୀ ହୋଇଥିବା ବେଳେ କାରରମ୍ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ର ସୌମ୍ୟ ରଂଜନ ତ୍ରିପାଠୀ ବିଜୟୀ ହୋଇଥିଲେ । କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦ ତାରିଖ ଦିନ ଉଦ୍ଘାଟିତ ହୋଇଥିଲା ଏବଂ ଚାରିଦିନ ଧରି ୟୁନିଭରସିଟି ଖେଳ ପଡିଆ ଏବଂ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅଠର ଟି ଦଳ ଭାଗ ନେଇଥିଲେ । ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ନାର୍ଲା ନୂଆପଡା ମହାମାୟା କଲେଜ କୁ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଥିଲା । ୨୪ ତାରିଖ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ନେସନାଲ୍ କଲେଜ ନୂଆପଡା କୁ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ଫାଇନାଲ ମ୍ୟାଚରେ ନର୍ଲା କଲେଜ ଟସ୍ ଜିଣି ପ୍ରତିପକ୍ଷ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପାଞ୍ଚ ଉଇକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଥିଲା । ୧୮୮ ରନ ର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ୍ ବିନିମୟରେ ୧୬୨ ରନ ସଂଗ୍ରହ କରି ପାରିଥିଲା ।

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏହି ମ୍ୟାଚ କୁ ୨୫ ରନ ବ୍ୟବଧାନରେ ବିଜୟ ଲାଭ କରି ପ୍ରଥମ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲା । ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସେରିଜ୍ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ରିକେଟ ଦଳର କ୍ୟାପଟେନ ନରେନ୍ଦ୍ର କୁମାର ବାଗ ହାତେଇ ଥିଲେ । କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଅଭିଳାଷ ପୁରୋହିତ କୁ ବେଷ୍ଟ୍ ବୋଲର ର ମାନ୍ୟତା ମିଳିଥିଲା ଏବଂ ପଞ୍ଚାୟତ ସମିତି ମହାବିଦ୍ୟାଳୟ ନର୍ଲା ର ଯଶୋବନ୍ତ ମାଝିଙ୍କୁ ଵେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ପୁରସ୍କୃତ କରା ହେଇଥିଲା ।

ଆଜିର ମ୍ୟାଚରେ ରାନର୍ସ ଅଫ ଦଳକୁ କୁଳପତି ଟ୍ରଫି ପ୍ରଦନ କରିଥିଲେ ଏବଂ ବିଜୟୀ ଦଳକୁ ମୁଖ୍ୟ ଅତିଥି ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଶ୍ରୀ ଭାରତ ଭୂଷଣ ଦେଓ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଶ୍ରୀ ସୁବ୍ରତ ବହିଦାର, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ପୂର୍ବତନ ରଣଜୀ ଖେଳାଳି ଶ୍ରୀ ପ୍ରସନ୍ନ ସାହାଣୀ,ଶ୍ରୀ ପି କେ ସାହୁ, ଶ୍ରୀ ସତ୍ୟନାରାୟଣ ମହାପାତ୍ର, ଶ୍ରୀ ରଘୁନାଥ ମିଶ୍ର ,ଶ୍ରୀ ଲୁଡୁ ସାସନି, ଶ୍ରୀ ଜୟଦେବ ସାହୁ ପ୍ରଭୃତି ଯୋଗ ଦେଇଥିଲେ ।

ଆଜିର ଖେଳକୁ ପରିଚାଳନା କରିଥିଲେ ଓ ସି ଏ ଆମ୍ପାୟର ଶ୍ରୀ ବୁଲୁ ସିଂହ ଏବଂ ସୁମିତ ପଟ୍ଟନାୟକ । ଏଇ କ୍ରୀଡା ମହୋସବ କୁ ପରିଚାଳନା କରିଥିଲେ ଡକ୍ଟର ଘନଶ୍ୟାମ ବେହେରା , ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଗଣ। ଧାରା ବିବରଣୀ ପ୍ରଦାନ କରିଥିଲେ ଶ୍ରୀ ଅଂଶୁମାନ ବାବୁ।ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଖେଳକୁ ଉପଭୋଗ କରିଥିଲେ ।

Popular Articles