ବୋରିଗୁମ୍ମା ଉନ୍ନୟନ ପ୍ରକଳ୍ପ କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପରିଦର୍ଶନ

0
241
ବୋରିଗୁମ୍ମା ଉନ୍ନୟନ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୩/୧୧) : ବୋରିଗୁମ୍ମା ଉନ୍ନୟନ ପ୍ରକଳ୍ପ କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପରିଦର୍ଶନ ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁ ସବୁକ୍ଷେତ୍ର ରେ ଶ୍ରେଷ୍ଠ ବ୍ଲକ ଭାବେ ଗଢିତୋଳିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ମାନଙ୍କରେ ଏକାଧିକ ଯୋଜନା ଏବଂ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ତାଙ୍କ ବିକାଶ ପକ୍ରିୟାକୁ ଶୀର୍ଷ ରେ ପହଞ୍ଚାଇବା ପାଇଁ ନିୟମିତ ବ୍ୟବଧାନ ରେ ବିଭିନ୍ନ ପଞ୍ଚାୟତ ପାଇଁ ବୋରିଗୁମ୍ମା ଉନ୍ନୟନ ପ୍ରକଳ୍ପ ର କାର୍ଯ୍ୟକ୍ରମ ଧାରାରେ ବହୁଚର୍ଚ୍ଚିତ ଆଉଁଳି ସ୍ଥିତ ଫୁଡକୋର୍ଟ ଓ ଜୁଝାରି ଗ୍ରାମୀଣ କୃଷି ଉଦ୍ୟୋଗ ଯୋଡି ହୋଇଛି ।

ଆଜି ଉପାନ୍ତ ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲା ର ଜିଲ୍ଲା ପରିଷଦ ଅଧକ୍ଷାଙ୍କ ସମେତ ସମସ୍ତ ସଦସ୍ୟ ମିଶି ଏକ ଚାଳିଶି ଜଣିଆ ଟିମ ବୋରିଗୁମ୍ମା ବ୍ଲକ ର ୬ ଟି ଗୁରୁତ୍ୱପୂର୍ଣ ଉନ୍ନୟନ ମୂଳକ ପ୍ରକଳ୍ପ ର ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଣୟ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠି ସମେତ ଓଡ଼ିଶା ଜୀବିକା ମିଶନ କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଉକ୍ତ ଜିଲ୍ଲାପରିଷଦ ଟିମ ପ୍ରଥମେ ଆଉଁଳି ପଞ୍ଚାୟତ ରେ ନିର୍ମିତ ରାଜ୍ୟର ପ୍ରଥମ ଫୁଡକୋର୍ଟ କୁ ଯାଇଥିଲେ ଏବଂ ୧୦ ଟି ସ୍ୱୟଂସହାୟିକା ମହିଳା ମାନଙ୍କ ଦ୍ୱାରା ପରିଚାଳିତ ଷ୍ଟଲ କୁ ବୁଲିଦେଖି ଥିଲେ । ପରେ ଜୁଝାରୀ ଗ୍ରାମୀଣ କୃଷି ଉଦ୍ୟୋଗ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ରେଶମ ପୋକ ପାଳନ କେନ୍ଦ୍ର ଦେଖିବାକୁ ଯାଇଥିଲେ । ଏହାପରେ ବୋରିଗୁମ୍ମା ପଞ୍ଚାୟତ ପରିସରରେ ମହିଳା ମାନଙ୍କ ପାଇଁ ନିର୍ମିତ ବିୟୁଟି ପାର୍ଲର, ମିଶନଶକ୍ତି କ୍ୟାଣ୍ଟିନ, ସପିଙ୍ଗ ମଲ ଓ ସ୍କୁଲ ୟୁନିଫର୍ମ୍ ସିଲେଇ କେନ୍ଦ୍ର, ଏସଏଚଜି ମହିଳା ମାନଙ୍କ ଦ୍ୱାରା ପରିଚାଳିତ ପ୍ରକଳ୍ପ ପରିଦର୍ଶନ ରେ ଯାଇଥିଲେ ।

ଏହି ପରିପ୍ରେକ୍ଷୀ ରେ ସ୍ୱୟଂ ସହାୟକ ମହିଳା ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରୁଛୁ ଏବଂ ଏହା ଦ୍ୱାରା ଆମର ଦକ୍ଷତା ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ର ରେ ମଧ୍ୟ ଉନ୍ନତି ଆସିପାରିଛି । ଏହା ଶୁଣି ଜିଲ୍ଲାପରିଷଦ ଟିମ ବୋରିଗୁମ୍ମା ବ୍ଲକ ରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ସହ ଅଞ୍ଚଳ ର ବିକାଶ ଭଳି ପ୍ରଶଂସନୀୟ ପଦକ୍ଷେପକୁ ନେଇ ଖୁସି ପ୍ରକାଶ କରିଥିଲେ ।

ବୋରିଗୁମ୍ମା ପରିଚୟ ଆଗକୁ ଆହୁରି ଉଜ୍ୱଳ ହେବା ସହିତ ଓଡ଼ିଶା ର ଏକ ଅଗ୍ରଣୀ ବ୍ଲକ ଭାବରେ ମାନଚିତ୍ର ରେ ନିଜର ସ୍ଥିତି କୁ ଆହୁରି ଦୃଢ କରିବ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସେହିପରି ଏହି ପ୍ରକଳ୍ପ ଗୁଡିକୁ କୋରାପୁଟ ଜିଲ୍ଲାପାଳ, ବିଧାୟକ ପରିଦର୍ଶନରେ ଯାଇ ଖୁସିବ୍ୟକ୍ତ କରିଥିଲେ ।