ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୩ ପାଳିତ

0
252
ସଡକ ସୁରକ୍ଷା ସଚେତନତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧୭/୦୧) : ସଡକ ସୁରକ୍ଷା ସପ୍ତାହ ଷଷ୍ଠ ଦିବସ ରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆଜି ଦିବା ୧୦ ଘଣ୍ଟା ସମୟରେ ବିନିକା ବ୍ଲକ ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଏକ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା ।

ଏଥିରେ ବିଦ୍ୟାଳୟ ର ପ୍ରାୟ ୨୦୦ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଛାତ୍ରଛାତ୍ରୀ ଙ୍କ ଜରିଆରେ ନିଜର ନିଜର ପରିବାରବର୍ଗ ଓ ଆତ୍ମୀୟ ସଜନ ଙ୍କୁ ହେଲ୍ମେମେଟ ପରିଧାନ କରି ଗାଡି ଚଲେଇବା ଓ ମଦ୍ୟପାନ ନ କରି ଗାଡି ଚଲେଇବା, ମୋବାଇଲ ଫୋନ ବ୍ୟବହାର ନ କରି ଗାଡି ଚଲେଇବା ଆଦି ଅନେକ ତଥ୍ୟ ସଡକ ସୁରକ୍ଷା ସଚେତନତା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଭାକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ପରିଚାଳନା କରିଥିଲେ । ଉକ୍ତ ଦିନ ମଧ୍ୟ ବିନିକା ଟେକ୍ସଇ ଷ୍ଟାଣ୍ଡ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ୩୦ ଜଣ ଗାଡି ଚାଳକ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା ।

ଶେଷରେ ଏକ ସୁସଜ୍ଜିତ ରଥ ବଜାର ପରିକ୍ରମା କରି ଚଳଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ଉପରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଅପରାହ୍ନ ରେ ଉଲୁଣ୍ଡା ବ୍ଲକ ପଞ୍ଚାୟତ ଅଫିସ ପ୍ରାଙ୍ଗଣ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମଧ୍ୟ ୨୦ ଜଣ ଗାଡି ଚାଳକ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଉଲୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନାଙ୍କ ପାରୋହିତ୍ୟ ରେ ଏକ ସଭାର ଆୟୋଜନ କରାଯାଇଥିଲା । ଶ୍ରୀ ଜେନା ସଡକ ସୁରକ୍ଷା ଉପରେ ତାଙ୍କର ବହୁମୂଲ୍ୟବାନ ତଥ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।