ସାଇବାବାଙ୍କ ୯୬ ତମ ଜନ୍ମ ଦିବସ ଅବସରରେ ୪୭ ୟୁନିଟ ରକ୍ତ ସଂଗ୍ରହ

0
221

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୬/୧୧) : ଶ୍ରୀ ସତ୍ୟସାଇ ସେବା ସଂଗଠନ ବୌଦ୍ଧ ଆନୁକୂଲ୍ୟରେ ସାଇବାବାଙ୍କ ୯୬ ତମ ଜନ୍ମ ଦିବସ ଅବସରରେ ସ୍ଥାନୀୟ ଚାରିଛକ ସ୍ଥିତ କେଦାରେଶ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ପ୍ରେମ ସଂଜୀବନୀ ଶୀର୍ଷକ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l dafb0557 33a7 483a 9d39 ffab6d244ed3 ସାଇବାବାଙ୍କ ୯୬ ତମ ଜନ୍ମ ଦିବସ ଅବସରରେ ୪୭ ୟୁନିଟ ରକ୍ତ ସଂଗ୍ରହ

ସଂଗଠନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାତ୍ର ଙ୍କ ପୌରହିତ୍ୟ ରେ ସାଇବାବାଙ୍କ ୯୬ ତମ ଜନ୍ମ ଦିବସ ଅବସରରେ ଆୟୋଜିତ ଏହି ସିବିରକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ପଂଚାୟତ ସମିତି ହରଭଙ୍ଗା, ସମ୍ମାନିତ ଅତିଥି ତଥା ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ପାତ୍ର ଓ ସଙ୍ଗଠନର ଜିଲ୍ଲା ସଭାପତି ଡା ପ୍ରିୟବ୍ରତ ବେହେରା ନେହେରୁ ଯୁବ କେନ୍ଦ୍ରର ସ୍ଵେଛାସେବୀ ମନୋଜ ଭୋକ୍ତା ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ l

ବଣିକ ସଂଘ, ନେହେରୁ ଯୁବସଂଘ, ସ୍ଥାନୀୟ କର୍ମ ଚାରି ଓ ଶ୍ୟାମସୁନ୍ଦର ପୁର ସତ୍ୟସାଇ ସେବା ସମିତି ର ଯୁବ ସ୍ଵେଛାସେବୀ ମlନେ ସ୍ଵେଛାକୃତ ଭାବେ ନିଜର ରକ୍ତଦାନ କରିଥିଲେ l ବୌଦ୍ଧ ରକ୍ତ ଭଣ୍ଡାର ଅଧିକାରୀ ଡା. ମଳୟ ସାହୁ, ଟେକସିଆନ ଦେବ ଦତ୍ତ କିସାନ, କଉଁନସିଲର ପ୍ରମୋଦ ମହାରଣା, ଆଦି ରକ୍ତ ସଂଗ୍ରହ କରିଥିଲେ l ସତ୍ୟସାଇ ବାବାଙ୍କ ୯୬ ତମ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ଏହି ଶିବିରରେ ମୋଟ ୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ସନ୍ତୋଷ ପାତ୍ର ଶିବିର ପରିଚାଳନା କରିଥିବା ବେଳେ ଆବାହକ ବିଜୟ ବଘାର ଧନ୍ୟବାଦ ଅର୍ପଣ କରିଥିଲେ l