Friday, March 29, 2024

Top 5 This Week

Related Posts

ପୋଷ୍ଟ ମର୍ଟମ୍ ପାଇଁ ନୂତନ ପ୍ରୋଟୋକଲ୍ ଜାରୀ : ଏଣିକି ସନ୍ଧ୍ୟା ପରେ ହୋଇପାରିବ ପୋଷ୍ଟ ମର୍ଟମ୍

ରିପୋର୍ଟ : ଦେବଦତ୍ତ ରଥ
ନୂଆଦିଲ୍ଲୀ,(୧୬/୧୧) : ସରକାରୀ ପ୍ରକ୍ରିୟାକୁ ସରଳ କରିବା ସହିତ ଏଥି ଜନିତ ଜଟିଳତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ପୋଷ୍ଟ ମର୍ଟମ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି । ଏହି ନୂତନ ପ୍ରୋଟୋକଲ୍ ମୁତାବକ ଆଜି ଠାରୁ ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ ପ୍ରଣାଳୀ କରାଯାଇ ପାରିବ ।

ଏହାଦ୍ବାରା ମୃତକଙ୍କ ପରିବାର ଉପକୃତ ହେବା ସହିତ ଅଙ୍ଗଦାନ ପ୍ରକ୍ରିୟାକୁ ପ୍ରସାରିତ କରାଯାଇ ପାରିବ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଙ୍ଗକୁ ସଂଗ୍ରହ କରାଯାଇ ପାରିବ । ଉପର ବର୍ଣ୍ଣିତ ବିଷୟକୁ ସ୍ବାସ୍ଥ୍ୟ ସେବା ର ମହାନିର୍ଦ୍ଦେଶକ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ଏକ ବୈଷୟିକ କମିଟି ଦ୍ବାରା ଯାଞ୍ଚ କରାଯାଇଛି । ଏହା ସୁନିଶ୍ଚିତ କରାଯାଇଛି ଯେ କେତେକ ଅନୁଷ୍ଠାନ ରାତି ସମୟରେ ପୋଷ୍ଟ ମର୍ଟମ୍ କରୁଛନ୍ତି ।

ପ୍ରଯୁକ୍ତି ର ଦ୍ରୁତ ବିକାଶ ଓ ଉନ୍ନତି ଫଳରେ, ବିଶେଷ କରି ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକୀୟ ଆଲୋକ ଓ ଭିତ୍ତିଭୂମିର ଉପଲବ୍ଧତା ହେତୁ ରାତି ସମୟରେ ଏହା କରିବା ସମ୍ଭବପର ହୋଇପାରିଛି । ଏହି ପ୍ରୋଟୋକଲ୍ ଅନୁସାରେ ଅଙ୍ଗଦାନକୁ ଗୁରୁତ୍ବ ପ୍ରଦାନ କରାଯିବ ଓ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ହସ୍‌ପିଟାଲରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଏହା କରାଯାଇ ପାରିବ ।

ଭିତ୍ତିଭୂମି ର ଉପଲବ୍ଧତା ଓ ପ୍ରଯୁଜ୍ୟତାକୁ ହସ୍‌ପିଟାଲ- ଇନ- ଚାର୍ଜଙ୍କ ଦ୍ବାରା ଆକଳନ କରାଯିବ ଯେପରି କୌଣସି ପ୍ରକାର ପ୍ରମାଣ କ୍ଷୁର୍ଣ୍ଣ ହେବ ନାହିଁ । ରାତ୍ରି ସମୟରେ କରାଯାଉଥିବା ସମସ୍ତ ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରିବା ମଧ୍ୟ ସୁନିଶ୍ଚିତ କରାଯିବ ଯାହା ଦ୍ବାରା ଭବିଷ୍ୟତରେ ଦେଖା ଦେବାକୁ ଥିବା ଆଇନଗତ ସନ୍ଦେହକୁ ଦୂର କରାଯାଇ ପାରିବ ।

ଅନ୍ୟ ପକ୍ଷରେ ନରହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ, ବିଘଟିତ ଶରୀର, ସନ୍ଦେହ କରାଯାଉଥିବା ଅପରାଧ ଜନିତ କ୍ଷେତ୍ରରେ ରାତ୍ରି ସମୟରେ ଶବ ବ୍ୟବଚ୍ଛେଦ କରାଯିବ ନାହିଁ ଯଦି ଏଥି ସହିତ କୌଣସି ଆଇନଗତ ପରିସ୍ଥିତି ସଂପୃକ୍ତ ହୋଇ ନ ଥାଏ । ଏହି ପ୍ରୋଟୋକଲ ର ପରିବର୍ତ୍ତନ ବିଷୟରେ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସଂପୃକ୍ତ ମନ୍ତ୍ରଣାଳୟ/ ବିଭାଗ କୁ ସୂଚୀତ କରି ଦିଆଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles