Monday, November 29, 2021
Homeଜିଲ୍ଲା ଖବରଥେରୁବାଲି ପୂଜା ପଡିଆ ଠାରେ ତ୍ରୀ ଦିବସୀୟ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଥେରୁବାଲି ପୂଜା ପଡିଆ ଠାରେ ତ୍ରୀ ଦିବସୀୟ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା,(୧୭/୧୧) : ଦୀର୍ଘ ୨୭ ବର୍ଷ ବ୍ୟବଧାନରେ ଥେରୁବାଲି ପୂଜା ପଡିଆ ଠାରେ ନଭେମ୍ବର ୧୫ ରୁ ୧୭ ଯାଏଁ ତ୍ରୀ ଦିବସୀୟ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଛି ।

ଥେରୁବାଲି ପୂଜା ପଡିଆ ଠାରେ ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କ ସହାୟତରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି । ରାୟଗଡ ଗାୟତ୍ରୀ ଶକ୍ତି ପୀଠ ର କର୍ମକର୍ତ୍ତା ଓ ହରିଦ୍ୱାର ଶାନ୍ତିକୁଞ୍ଜ ରୁ ଆସିଥିବା ଋଷି କୁମାରି ଓ ଋଷିପୁତ୍ର ମାନେ ଯଜ୍ଞ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ । ଗତକାଲି ସନ୍ଧ୍ୟାରେ ଥେରୁବାଲି ସତନାଳ ରୁ ମହିଳା ମାନଙ୍କ ଦ୍ୱାରା ୧୦୮ କଳସ ଯାତ୍ରା କରାଯାଇ ପୂଜା ମଣ୍ଡପରେ ଶକ୍ତି କଳସ ସ୍ଥାପନ କରାଯାଇଥିଲା ।

ଆଜି ସ୍ଥାନୀୟ ଇମ୍ଫା କାରଖାନା ର ଉପସଭାପତି ଶ୍ରୀମାନ କେ.ଭେଙ୍କେଟଶ୍ୱର ରାଓ ଶକ୍ତି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ତାଙ୍କ ସହ ଶ୍ରୀମାନ କଲୋଲ ନାୟକ, ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ବରିଷ୍ଠ ପରିଚାଳକ ଲୋକ ସମ୍ପର୍କ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଆଜି ସନ୍ଧ୍ୟା ରେ ୧୦୦୮ ଦୀପ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଆସନ୍ତାକାଲି ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହେବ । ଏହି ଯଜ୍ଞ ଅନୁଷ୍ଠାନ କୁ କମିଟିର ସଭାପତି ନକୁଳ ସେନାପତି, ଶ୍ରୀମାନ ଭାସ୍କର କୁମାର ଅମରସିଂ, ଶ୍ରୀମାନ ଧ୍ରୁବ ଜାଲ, ଶ୍ରୀମାନ ଲାଲା କାଡ୍ର।କା, ଶ୍ରୀମାନ କୁମୁଦ ରଞ୍ଜନ ପ୍ରଧାନ, ଶ୍ରୀମାନ ମାଠିଆ ହୁଈକା ଓ ଉପଦେଷ୍ଟା ଶ୍ରୀମାନ ରାଧ।ଶ୍ୟାମ ପଣ୍ଡା ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments