ଅପରେସନ ନୀଳ ଜହର : ପୁଣି ଦଶ କୋଟିର ଗଂଜେଇ ଚାଷ ନଷ୍ଟ କଲା

0
183

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୧୭/୧୧) : କନ୍ଧମାଳ ଜ଼ିଲ୍ଲା ଥାନା ବାଲିଗୁଡା ଅଞ୍ଚଳ ରେ ପୋଲିସ ଓ ଅବକାରୀ ବିଭାଗ ର ପୁଣି ଅପରେସନ ନୀଳ ଜହର ଆରମ୍ଭ ହୋଇଛି |

ବାଲିଗୁଡା ଥାନା ଅନ୍ତର୍ଗତ ରେବୀଙ୍ଗିଆ ଗ୍ରାମ ପଞ୍ଚାୟତ ର ବlଲାକିଆ ଅଂଚଳରେ ବେଆଇନ ଭାବେ ଚାଷ ହୋଇଥିବା ଶହେ ପଚାଶ ଏକର ପରିମିତ ଅଞ୍ଚଳ ରୁ ଗଂଜେଇ ଚାଷ କୁ କାଟି ପୋଡି ଦେଇଛି ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ | ନୀଳଜହର ବା ଗଞ୍ଜେଇ ର ପେଣ୍ଠସ୍ଥଳି କୁହାଯାଉଥିବା କନ୍ଧମାଳ ର ବିଭିନ୍ନ ଥାନା ଅଞ୍ଚଳ ରେ ବେଧଡକ ଗଞ୍ଜେଇ ଚାଷ ହେଉଛି l ବାହାର ରାଜ୍ୟ ର ମାଫିଆ ଲୋକଙ୍କୁ ହାତ କରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟ ର କାୟା ବିସ୍ତାର କରିଚାଲିଛନ୍ତି | ଏହାକୁ ରୋକିବାକୁ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳ ଜହର ତୃତୀୟ ଦିନରେ ଏହି ସଫଳତା ପାଇଛି l

ପୋଲିସ ଓ ଅବକାରୀ ବିଭାଗ ର କାର୍ଯାନୁଷ୍ଠାନ ଫଳରେ ଗଂଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l ନଷ୍ଟ କରାଯାଇ ଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ଦଶ କୋଟି ଟଙ୍କାରୁ ଉର୍ଦ୍ଧହେବ ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି l

ଏ ନେଇ ବାଲିଗୁଡା ଥାନାରେ କେସ ନମ୍ବର ୨୩୯/୨୧ ଏନ ଡ଼ି ପି ଏସ ଆକ୍ଟରେ ମାମଲା ରୁଜୁ ହୋଇଛି l ନୀଳଜହର ଅପରେସନ ରେ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ସମେତ ତହସିଲଦାର ଏବଂ ଅବକାରୀ କର୍ମଚାରୀ ପୋଲିସ ଫୋର୍ସ ଉପସ୍ଥିତ ଥିଲେ l

1571b26f b6ce 4a57 9c0a 74bc2a43dd91 ଅପରେସନ ନୀଳ ଜହର : ପୁଣି ଦଶ କୋଟିର ଗଂଜେଇ ଚାଷ ନଷ୍ଟ କଲା

0142a884 c2fd 4538 8f51 84122009af48 ଅପରେସନ ନୀଳ ଜହର : ପୁଣି ଦଶ କୋଟିର ଗଂଜେଇ ଚାଷ ନଷ୍ଟ କଲା