Friday, March 29, 2024

Top 5 This Week

Related Posts

ଓଡ଼ିଶା ସମେତ ୫ଟି ରାଜ୍ୟର ୪୪ ଟି ଆକାଂକ୍ଷି ଜିଲ୍ଲାରେ ୪ ଜି ମୋବାଇଲ ସେବାକୁ କ୍ୟାବିନେଟ ମଞ୍ଜୁରୀ

ରିପୋର୍ଟ : ଦେବଦତ୍ତ ରଥ //
ନୂଆଦିଲ୍ଲୀ,(୧୭/୧୧) : ଓଡ଼ିଶା ସମେତ ୫ଟି ରାଜ୍ୟରେ ଥିବା ସେବାରୁ ବଞ୍ଚିତ ଆକାଂକ୍ଷି ଜିଲ୍ଲା ଗୁଡିକରେ ମୋବାଇଲ ସେବା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି ।

ଏହି ପାଞ୍ଚଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶା । ଓଡ଼ିଶା ସମେତ ୫ଟି ରାଜ୍ୟ ର ୪୪ ଟି ଆକାଂକ୍ଷି ଜିଲ୍ଲାର ସେବା ବଞ୍ଚିତ ୭୨୮୭ ଟି ଗ୍ରାମକୁ ଏହି ପ୍ରକଳ୍ପ ଜରିଆରେ ୪ଜି ସେବା ଯୋଗାଇ ଦିଆଯିବ । ଆସନ୍ତା ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀତା ଖର୍ଚ୍ଚ ସମେତ ମୋଟ ୬,୪୬୬ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ । ସାର୍ବଜନୀନ ସେବା ଆଇନଗତ ବାଧ୍ୟକ ପାଣ୍ଠି (ୟୁଏସଓଏଫ) ଏହି ପ୍ରକଳ୍ପ ଖର୍ଚ୍ଚ ବହନ କରିବ । ରାଜିନାମା ସ୍ୱାକ୍ଷରିତ ହେବାର ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପିତ ହେବ । ଏହା ନଭେମ୍ବର ୨୦୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି ।

ଚିହ୍ନଟ ହୋଇଥିବା ସେବା ବଞ୍ଚିତ ଗ୍ରାମ ଗୁଡ଼ିକୁ ଏହି ୪ଜି ସେବା ସୁବିଧା ୟୁଏସଓଏଫର ମାର୍ଗଦର୍ଶିକା ଅନୁସାରେ ମୁକ୍ତ ପ୍ରତିଯୋଗିତାମୂଳକ ନିଲାମ ଜରିଆରେ ପ୍ରଦାନ କରାଯିବ । ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଓଡ଼ିଶାର ଦୁର୍ଗମ ସେବା ବଞ୍ଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ଏହି ମୋବାଇଲ ସେବା ପ୍ରଚଳନ ଦ୍ୱାରା ଆତ୍ମନିର୍ଭରଶୀଳତା, ଶିଖିବା ସୁବିଧା, ତଥ୍ୟ ଓ ଜ୍ଞାନର ପ୍ରଚାର, କୌଶଳ ବିକାଶ ଓ ଏହାର ଉନ୍ନୀତକରଣ, ଇ- ସରକାରୀ ପଦକ୍ଷେପ, ଉଦ୍ୟୋଗ ପ୍ରତିଷ୍ଠା, ଇ-କମର୍ସ ଓ କର୍ମସଂସ୍ଥାନ କ୍ଷେତ୍ରରେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles