ରାୟଗଡାରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସଚେତନତା ରଥର ଜିଲ୍ଲା ପରିକ୍ରମା

0
168

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୧୭/୧୧) : ଜାତୀୟ ସ୍ତରରେ ସରକାର ନଭେମ୍ବର ମାସକୁ ପୋଷ୍ୟ ସନ୍ତାନ ଗ୍ରହଣ ମାସ ଭାବରେ ପାଳନ କରି ରାୟଗଡାରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ବାବଦରେ ଗଣ ସଚେତନତା କରାଯାଉଛି |07914200 bd6c 43e3 9efc 86c13730b8b8 ରାୟଗଡାରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସଚେତନତା ରଥର ଜିଲ୍ଲା ପରିକ୍ରମା

ରାୟଗଡା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆଇନାନୁମୋଦିତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ଜିଲ୍ଲାବ୍ୟାପୀ ଜନ ସଚେତନତା ସୃଷ୍ଟି କରିବାର ଲକ୍ଷ ରଖି ରାୟଗଡାରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଏକ ସଚେତନତା ରଥ ବୁଲାଇବା ପାଇଁ ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲାର ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି ।

ଏହି ରଥ ଟି ଜିଲ୍ଲାର ୧୧ ଗୋଟି ବ୍ଲକ ର ସଦର ମହକୁମା ଓ ତାର ଆଖ ପାଖ ଗ୍ରାମ ତଥା ସାପ୍ତାହିକ ହାଟ ଗୁଡିକରେ ଡାକବାଜି ଜନ୍ତ୍ର ମାଧ୍ୟମରେ ଆଇନ୍ ଗତ ପୋଷ୍ୟ ସନ୍ତାନ ଗ୍ରହଣ, ଗ୍ରହଣ କରିବାର ବିଧି ଓ ଏହାର ଆଇନ ଗତ ଦିଗ ଉପରେ ସୂଚନା ଦେବା ସହିତ ପ୍ରଚାର ପତ୍ର ବଣ୍ଟନ କରି ଜନ ସଚେତନତା ସୃଷ୍ଟି କରିବ ।

ପ୍ରକାଶ ଥାଉକି ରାୟଗଡା ଜିଲ୍ଲା ରେ ଗତ ସେପ୍ଟେମ୍ବର ମାସରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ କରକମଳ ରେ ନୂତନ ଭାବେ ଏକ ସ୍ଵତନ୍ତ୍ର ପୋଷ୍ୟତା ସଂସ୍ଥା (ସା) କାର୍ଯ୍ୟ କାରୀ କରାଯାଇଛି । ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ପରିବାର ବା ବ୍ୟକ୍ତି ବିଶେଷ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ପରାମର୍ଶ ଓ ସହଯୋଗ ଗ୍ରହଣ କରି ପାରିବେ ।91740bff 7b5c 4f8d 8f24 420aeb613476 ରାୟଗଡାରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସଚେତନତା ରଥର ଜିଲ୍ଲା ପରିକ୍ରମା

ରଥ ର ଶୁଭାରମ୍ଭ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯଜ୍ଞସେନୀ ବେହେରା ଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମୀ ଉପସ୍ଥିତ ଥିଲେ ।