ସାମାଜିକ ସୁରକ୍ଷା କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ର “ଆଶ୍ରୟ” ଭୂମିକା ଅତୁଳନୀୟ

0
193

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୭/୧୧) : ସାମାଜିକ ସୁରକ୍ଷା କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ର “ଆଶ୍ରୟ” ଭୂମିକା ଅତୁଳନୀୟ | ଜିଲ୍ଳା ପ୍ରଶାସନ ଓ ଆଶ୍ରୟ ସାଥୀ ଙ୍କ ମିଳିତ ଉଦ୍ୟମରେ ବୌଦ୍ଧ – ନୂଆସାହି – ଗେଲା ମା ମନ୍ଦିର ନିକଟରୁ ମାନସିକ ବିକୃତ ତଥା ଅସହାୟ ଅବସ୍ଥାରେ ଥିବା ନୀଳମଣି ସାଣ୍ଡ (୫୧)ଙ୍କୁ ବିଗତ ଦିନରୁ ଉଦ୍ଧାର କରାଯାଇ ଥିଲା |

ଉଦ୍ଧାର ପରେ ଆଶ୍ରୟ ସ୍ଥଳରେ ରଖାଯିବା, ଡାକ୍ତରୀ ଦଳଙ୍କ ଦ୍ଵାରା ସ୍ୱାସ୍ଥ୍ୟବସ୍ଥା ଯାଂଚ୍ କରାଇବା ସହ ପରିବାର ଲୋକଙ୍କ ସହ ବୁଝା କରି ମଥୁରା ପଞ୍ଚାୟତ, ପଙ୍କୁଆଲ୍ ଗ୍ରାମ ରେ ଥିବା ନିଜସ୍ୱ ପରିବାରକୁ ହସ୍ତାନ୍ତର କରିବା, ସାମାଜିକ ସୁରକ୍ଷା କ୍ଷେତ୍ରରେ “ଆଶ୍ରୟ” ର ଭୂମିକାକୁ ଗ୍ରାମବାସୀ ବହୁ ପ୍ରସଂସା କରିଛନ୍ତି | ସେହିପରି ବୌଦ୍ଧ “ଆଶ୍ରୟ “ରେ ୬୮୮୯ ଜଣ ଜନତାଙ୍କ ନାମ ପଞ୍ଜିକରଣ ହୋଇଥିବା ବେଳେ ଉଦ୍ଧାର କରାଯାଇଥିବା ନିରାଶ୍ରୟ ୧୯୨, ପରିବାର ପ୍ରତ୍ୟାବର୍ତନ ୧୧୮, ଦିନମଜୁରିଆ ଭାବେ ନିଯୁକ୍ତି ୪୪, ସ୍ଥାୟୀ ଥଇଥାନ (ବୃଦ୍ଧାଶ୍ରମ )୧୪, ସ୍ଵଧାର ଗୃହରେ ୦୬, DDRC ରେ ୦୨ ସହିତ ବର୍ତମାନ” ଆଶ୍ରୟ “ରେ ଏଵେ ଉପସ୍ଥିତ ଅଛନ୍ତି ୦୮ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ସୂଚନା ଦେଇଛନ୍ତି |