ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
176

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୭/୧୧) : ଆନ୍ତର୍ଜାତିକ ଶିକ୍ଷାର୍ଥୀ ଦିବସରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଧୁଙ୍ଗିଆମୁଣ୍ଡା ଜୟ ଜଗନ୍ନାଥ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ ଓ କ୍ଲବ ସଭାପତି ଅମିତା ଵଚନ ବେହେରା ଙ୍କ ତତ୍ତ୍ୱାବଧାନରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶୀଳ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଛତ୍ରଙ୍ଗ ଜନ କଲ୍ୟାଣ ପରିଷଦର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବୌଦ୍ଧ ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ମଳୟ ସାହୁ ଓ ତାଙ୍କର ସହକର୍ମୀ ଉକ୍ତ ରକ୍ତଦାନ ଶିବିରରେ ସମୁଦାୟ ୨୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।

ଏହି ରକ୍ତଦାନ ଶିବିରରେ ନେପାଳ ବେହେରା, ମନୋଜ ହୋତା, ତରଣୀସେନ ପ୍ରଧାନ, ସୁବ୍ରତ ପ୍ରଧାନ, ସଚ୍ଚିଦାନନ୍ଦ ବେହେରା, ରଞ୍ଜିତ ସାହୁ, ଅମିତା ବଚନ ବେହେରା, ଗୋବିନ୍ଦ ସାହୁ, ଦେବାଶିଷ ପ୍ରଧାନ, ଅକ୍ଷୟ କୁମାର ଭୋଇ, ପ୍ରଦୀପ ବାଘ, ପ୍ରତିମା ବାଘ, ଶ୍ରୀକୃଷ୍ଣ ସାହୁ, ଅଭୟ କୁମାର ସାହୁ, ସୁବାସ ନାୟକ,ସରୋଜ ପ୍ରଧା, ଗଣେଶ ପ୍ରସାଦ ଦେହୁରୀ ନକୁଳ ପ୍ରଧାନ ଓ ବିକାଶ ବେହେରା ପ୍ରମୁଖ ୨୦ ଜଣ ରକ୍ତଦାନ କରିଥିଲେ ।