Sunday, November 28, 2021
Homeଜିଲ୍ଲା ଖବରଧବଳେଶ୍ୱର ବାବାଙ୍କ ପୀଠରେ ବଡ ଓଷା ପର୍ବ ପାଳିତ

ଧବଳେଶ୍ୱର ବାବାଙ୍କ ପୀଠରେ ବଡ ଓଷା ପର୍ବ ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୭/୧୧) : ଧବଳେଶ୍ୱର ବାବାଙ୍କ ପୀଠରେ ବଡ ଓଷା ପର୍ବ ପାଳିତ | ଓଡିଶା ରେ କାର୍ତ୍ତିକ ମାସକୁ ଧାର୍ମିକ ମାସ ନାଁ ରେ ସବୁଠି ପରିଚିତ | ଏହି ମାସ ର ୩୦ ଦିନ ପର୍ଯ୍ୟନ୍ତ ଲୋକେ ହବିଷ ପାଳନ କରନ୍ତି |

ଚାରି ସୋମବାର ରେ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଭକ୍ତ ଙ୍କ ଗହଳି ଲାଗିଥାଏ | ଏହି ମାସ ର ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଲୋକେ ପଞ୍ଚୁକ ପାଳନ୍ତି | କଥାରେ ଅଛି ଏହି ପଞ୍ଚୁକ ରେ ବଗ ବି ଆମିଷ ଖାଇବା ବନ୍ଦ କରି ହବିଷ ପାଳେ | କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ଦିନ କୁ ବଡଓଷା ଭାବେ ସମସ୍ତେ ପାଳନ କରାଯାଏ |

ସେହିଭଳି ଆଜି ଚତୁର୍ଦ୍ଦଶୀ ଅବସରରେ ହରଭଙ୍ଗା ବ୍ଲକ ଧଳପୁର ମହାନଦୀ କୂଳରେ ବିରାଜିତ ବାବା ଧବଳେଶ୍ୱର ପୀଠରେ ଏହି ବଡ଼ ଓଷା ପର୍ବ ପାଳିତ ହୋଇଛି | ଆଖ ପାଖ ପୁରୁଣାକଟକ, ତିଲେଶ୍ୱର, ରାମଗଡ, ସାମ୍ପୋଚ ଓ ଅନଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳ ରୁ ଭକ୍ତ ମାନେ ମାନସିକ ମାନସୀ ଏହି ବାବାଙ୍କ ଠାରେ ଏହି ବଡ଼ ଓଷା ପାଳନ କରିଛନ୍ତି |

କୋଭିଡ କଟକଣା ଭିତରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ନ କରି କେବଳ ଓଷା ର ରୀତିନୀତି କରାଯାଉଛି ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି | ସେହିପରି ହରଭଙ୍ଗା, ସଂକୁଲୋଇ ଠାରେ ଥିବା ଶିବ ମନ୍ଦିର ଗୁଡିକରେ ମଧ୍ୟ ଏହି ବଡ଼ ଓଷା ପାଳିତ ହୋଇଛି |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments