ପାରଳା ର ପୂର୍ବତନ ବିଧାୟକ ସୁର୍ୟା ରାଓ କଂଗ୍ରେସ ରୁ ନିଲମ୍ବିତ !

0
247

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୮/୧୧) : ପାରଳା ର ପୂର୍ବତନ ବିଧାୟକ ଓ ତାଙ୍କ କିଛି ଅନୁଗାମୀ ଙ୍କୁ କଂଗ୍ରେସ ହାଇ କମାଣ୍ଡ ନିଲମ୍ବିତ କରିଥିବା ଜଣାଯାଇଛି ।

ମୋହନା ବିଧାୟକ ତଥା ଗଜପତି ଜିଲ୍ଲା ସଭାପତି ଦାଶରଥି ଗମାଙ୍ଗ, ରଶ୍ମି ରଞ୍ଜନ ପଟ୍ଟନାୟକ, ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ବର୍ଣିକ ଗମାଙ୍ଗ ଓ ଅନ୍ୟାନ୍ୟ ପଦାଧିକାରୀ ଙ୍କ ଏକ ବୈଠକ ଏହି ନିଷ୍ପତ୍ତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଗତ ସାଧାରଣ ନିର୍ବାଚନ ପରେ ପାରଳା ର ପୂର୍ବତନ ବିଧାୟକ ଶ୍ରୀ ସୂର୍ଯ୍ୟା ରାଓ ଦଳ ସହ ସମ୍ପର୍କ ନ ରଖି ଭିତରେ ଗୋଟେ ବାହାରେ ଗୋଟେ ବ୍ୟବହାର କରି ଆସୁଥିଲେ । ସେ ଘର ର ଅତିଥି ଏ ଘର ର କୁଣିଆ ଭାବେ ନିଜକୁ ଦେଖାଇ ଆସୁଥିଲେ । ଏଣୁ ତାଙ୍କ ଏପରି କାର୍ଯ୍ୟ କୁ ନିନ୍ଦା କରି ତାଙ୍କୁ ନିଲମ୍ବନ କରାଗଲା ବୋଲି ଯୁକ୍ତି ଉପସ୍ଥାପିତ କରାଯାଇଛି ।