Friday, March 29, 2024

Top 5 This Week

Related Posts

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ୫ ଜଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଶସ୍ତ ହେଲା ରାସ୍ତା

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୮/୧୧) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ୫ ଜଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଶସ୍ତ ହେଲା ରାସ୍ତା | ଚଳିତ ବର୍ଷ CBSE ଦଶମ ପରୀକ୍ଷା ପାଇଁ ଆଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଭୁବନେଶ୍ୱର ସେଣ୍ଟ ଜାଭିୟର କନଭେଣ୍ଟ ସ୍କୁଲର ୫ ଜଣ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଦେବା ଆଶା କ୍ଷୀଣ ହେବାକୁ ବସିଥିଲା ।

ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାର ଏହି ୫ ଜଣ ଛାତ୍ର ଛାତ୍ରୀ ଶାରୀରିକ ଶିକ୍ଷାକୁ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରିଥିବା ବେଳେ ସ୍କୁଲ କତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ତାହା କମ୍ପୁଟର ଶିକ୍ଷା ହୋଇ ଯାଇଥିଲା । ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସେଥିରେ କୌଣସି ପରିବର୍ତନ ହେଇ ପାରୁ ନ ଥିଲା । ଉକ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଓ ସ୍କୁଲ କତ୍ତୃପକ୍ଷ ସବୁ ଚେଷ୍ଟା କରି ସରିବା ପରେ ଶେଷରେ ନିରାଶ ହୋଇଥିଲେ ଏବଂ ଯେହେତୁ ୧୮.୧୧.୨୦୨୧ ଦିନ ପରିଚୟ ପତ୍ର ବାହାରିବାର ଥିଲା ତେଣୁ ଏ ବର୍ଷ ଏହି ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଦେବା ଆଶା କ୍ଷୀଣ ମନେ ହେଉଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ୫ ଜଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଶସ୍ତ ହେଲା ରାସ୍ତା |

ତେବେ ଗତ ୧୫.୧୧.୨୧ ରିଖ ଦିନ ବୌଦ୍ଧର ଛାତ୍ର ସ୍ୱାଧୀନ ମହାକୁଡ଼ଙ୍କ ପରିବାର ଲୋକେ ଜିଲ୍ଲାର ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନଙ୍କୁ ଏ ବିଷୟରେ ଜଣାଇଥିଲେ । ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପାଇଲା ପରେ ଶ୍ରୀଯୁକ୍ତ ପ୍ରଧାନ ଏ ବିଷୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହାର ତୁରନ୍ତ ସମାଧାନ ଦିଗରେ ଆଲୋଚନା କରିଥିଲେ ।

ତେବେ ଏ ବିଷୟରେ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେଇ ଗତ ୧୭.୧୧.୨୧ ରିଖ ଦିନ ଉକ୍ତ ସମସ୍ୟାର ସମାଧାନ ହୋଇଥିବା ଉକ୍ତ ବିଦ୍ୟାଳୟ ଓ ଛାତ୍ରଙ୍କ ଠାରୁ ଜଣାପଡିଛି । ତେବେ ୪୮ ଘଣ୍ଟା ମଧ୍ୟରେ ଏପରି ଏକ ଗୁରୁତର ସମସ୍ୟାର ସମାଧାନ କରି ଉକ୍ତ ଛାତ୍ରଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ରାସ୍ତା ପ୍ରଶସ୍ତ କରିଥିବାରୁ ଉକ୍ତ ଛାତ୍ର, ତାଙ୍କ ପରିବାର, ବିଦ୍ୟାଳୟ କତ୍ତୃପକ୍ଷ ତଥା ଅଞ୍ଚଳବାସୀ ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ ଓ ବିଶେଷ ଭାବରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles