ଏସ୍.ଟି.ଏଫ୍ ଟିମ ଉଦ୍ଧାର କଲା ଜିଅନ୍ତା ବଜ୍ର କାପ୍ତା ସହ ଦୁଇ ଚାଲାଣ କାରୀ ଗିରଫ

0
256

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୧୮/୧୧) : ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଜକିକିଆ ଗାଁ ନିକଟରୁ ଏସ୍.ଟି.ଏଫ୍  ଟିମ ଏଗାର କିଲୋ ଓଜନ ର ଚାଲାଣ କାରୀ ନିକଟରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି |67fe55d0 67aa 4cb4 9d08 a14035425b60 ଏସ୍.ଟି.ଏଫ୍ ଟିମ ଉଦ୍ଧାର କଲା ଜିଅନ୍ତା ବଜ୍ର କାପ୍ତା ସହ ଦୁଇ ଚାଲାଣ କାରୀ ଗିରଫ

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବନ ଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣ ବୃଦ୍ଧି ପାଇଛି | ପୂର୍ବରୁ ମଧ୍ୟ ଏସ୍.ଟି.ଏଫ୍ ଟିମ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବାଲିଗୁଡା ମିଡ଼ିଆକିଆ ଅଂଚଳ ରୁ ବଜ୍ରକାପ୍ତା ଜିଅନ୍ତା ଉଦ୍ଧାର ହୋଇଥିବା ବେଳେ ପୁଣି ଏକ ଘଟଣା ସାମନାକୁ ଆସିଛି | ଏହି ଚାଲାଣ ପଛରେ ବଡ଼ ରାକେଟ କାମ କରୁଥିବା ଅନୁମାନ କରାଯାଇଛି |

ଆଜି ଚାଲାଣକାରୀ ମାନେ ବଜ୍ରକାପ୍ତା ଚାଲାଣ କରୁଥିବା ବେଳେ ଏସ ଟି ଏଫ ହାବୁଡ଼ରେ ପଡ଼ିଥିଲେ l ଚାଲାଣ କାରୀ ହେଲେ ସୁଡ୍ରl ଗାଁ ର ଶିବାନନ୍ଦ ମଳିକ ଓ ବାରଖମା ରାଷ୍ଟ୍ର ଭୋଇ | ଅନ୍ୟ ରାଜ୍ୟକୁ ଚାଲାଣ ବେଳେ ଏସ ଟି ଏଫ ଟିମ ଏହି ଚାଲାଣ କାରୀ ମାନଙ୍କୁ କାବୁ କରିଛି l