କାଶୀନଗର ପ୍ରେସ କ୍ଲବ ରେ ପୂର୍ବତନ ବିଧାୟକ ସୁରୀୟା ରାଓ

0
197

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୯/୧୧) : ଆଜି କାଶୀନଗର ବ୍ଲକ୍ ଛକ ରେ ଥିବା କାଶୀନଗର ପ୍ରେସ କ୍ଲବ ଠାରେ ପାରଳା ର ପୂର୍ବତନ ବିଧାୟକ କେ. ସୁରୀୟା ରାଓ ଏକ ପ୍ରେସ ମିଟ ରେ ଭାଗ ନେଇଛନ୍ତି ।

ଗତ କିଛି ଦିନ ତଳେ କିଛି ଗଣ ମାଧ୍ୟମ ରେ ଶ୍ରୀ ରାଓ ଙ୍କୁ କଂଗ୍ରେସ ଦଳ ରୁ ନିଲମ୍ବିତ କରାଯାଇଛି ବୋଲି ଜିଲ୍ଲା ସଭାପତି ଦାଶରଥି ଗମାଙ୍ଗ ସୂଚନା ଦେବା ପରେ ଶ୍ରୀ ସୁରୀୟାରାଓ ନିଜ ପ୍ରତିକ୍ରିୟା ରଖିଛନ୍ତି । କାଶୀନଗର ପ୍ରେସ କ୍ଲବ ରେ ଶ୍ରୀ ରାଓ କହିଛନ୍ତି କି ସେ କଂଗ୍ରେସ ରୁ କେବେ ଠାରୁ ତାଙ୍କ ଇସ୍ଥପା ପତ୍ର ଦେଇ ସାରିଛନ୍ତି | ବର୍ତ୍ତମାନ ଶ୍ରୀ ଗମାଙ୍ଗ ତାଙ୍କୁ ଦଳରୁ ନିଲମ୍ବନ କରିବା ଅଧିକାର ତାଙ୍କ ପାଖରେ ନାହିଁ । ସେ ବିଜେଡ଼ି ରେ ମିଶୁଛନ୍ତି କି ବୋଲି ଏକ ପ୍ରଶ୍ନ ରେ ସେ ଏବେ ନୁହଁ ସମୟ ଆସିଲେ ଜଣାଯିବ ବୋଲି ସେ କହିଛନ୍ତି ।

ଗତ କିଛି ଦିନ ତଳେ ବିଜେଡ଼ି ର ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଆର୍. ରାମ ପ୍ରସାଦ ଗାବାର ତିରୁପତି ସବୁ ତୁମ ଘର ଆଗରେ ବସି ଆଗାମୀ ପଞ୍ଚାୟତ ରେ ଆପଣଙ୍କ ସମର୍ଥନ ମାଗିଥିଲେ | ଆପଣ ବି ହଁ କହିଛନ୍ତି, ପରୋକ୍ଷ ସମର୍ଥନ କରୁଛନ୍ତି କି ଶ୍ରୀ ରାଓ ପଞ୍ଚାୟତ ନିର୍ବାଚନ ଦଳ କୁ ନେଇ ହୁଏନା, ସେ ଯାହା ହେଉ ନା କାହିଁକି ଶ୍ରୀ ରାଓ ଜଣେ ଜିଲ୍ଲା ସ୍ତରୀୟ ନେତା ହୋଇ ନିଜ ବ୍ଲକ୍ ରେ କାହିଁକି ପ୍ରେସ ମିଟ୍ ଦେଲେ ସେ ନେଇ ବୁଦ୍ଧିଜୀବୀ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି ।