ମହାମାରୀ ସମୟରେ ଗଣମାଧ୍ୟମ : ଏକ ନୂତନ ଆହ୍ଵାନ

0
178

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର,( ୧୯/୧୧) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏ ବର୍ଷ ପ୍ରେସ ଦିବସ ଉପଲକ୍ଷେ ବାର୍ତ୍ତା ଥିଲା – ମହାମାରୀ ସମୟରେ ଗଣମାଧ୍ୟମ, ଏକ ନୂତନ ଆହ୍ଵାନ |ମହାମାରୀ ସମୟରେ ଗଣମାଧ୍ୟମ

ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବ୍ୟୋମକେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ୍ ମିଞ୍ଜ୍, ବକ୍ତା ଭାବେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସୁବର୍ଣ୍ଣପୁର ଶାଖା ସମ୍ପାଦକ ନିରଞ୍ଜନ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ଦୈନିକ ସମାଜ ଜିଲ୍ଲା ପ୍ରତିନିଧି ସ୍ଵାଧୀନ କୁମାର ମେହେର ଯୋଗଦାନ କରିଥିଲେ | ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସ୍ଵାଗତ ସମ୍ଭାଷଣ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ | ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଏ ବର୍ଷ ପ୍ରେସ ଦିବସ ଉପଲକ୍ଷେ ବାର୍ତ୍ତା ଥିଲା – ମହାମାରୀ ସମୟରେ ଗଣମାଧ୍ୟମ, ଏକ ନୂତନ ଆହ୍ଵାନ |

ଅତିଥିମାନେ ଏବଂ ବକ୍ତାମାନେ ଏହା ଉପରେ ବିଷଦ ଭାବରେ ନିଜର ମତାମତ ରଖିବା ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ନିରପେକ୍ଷ ଓ ନିର୍ଭୀକ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆହ୍ଵାନ ଦେଇଥିଲେ | ସଭାରେ ଅଂଶ ଗ୍ରହଣ କରିଥିବା ସମସ୍ତ ସାମ୍ବାଦିକ ଏବଂ ଅତିଥି ମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରିପୋର୍ଟର ମାନେ ସେମାନଙ୍କ କରୋନା କାଳ ର ଅଭିଜ୍ଞତା ଏବଂ ନିଜର ବିଭିନ୍ନ ଅସୁବିଧା ଜିଲ୍ଲା ପ୍ରଶାସନ ର ଦୃଷ୍ଟିକୁ ଆଣିଥିଲେ | ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁଙ୍କ ଅନୁପସ୍ଥିତି ରେ ତାଙ୍କ ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ପଠନ କରାଯାଇଥିଲା |

ସଭା ର ସଭାପତି ବ୍ୟୋମକେଶ ଦାଶ କରୋନା ମହାମାରୀ କାଳରେ ଜିଲ୍ଲା ର ସାମ୍ବାଦିକ ମାନଙ୍କ ସକ୍ରିୟ ଭୂମିକା କୁ ପ୍ରଶଂସା କରିବା ସହିତ ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିଥିଲେ | ଶେଷରେ ଓଡିଶା ସାମ୍ବାଦିକ ସଂଘ, ସୁବର୍ଣ୍ଣପୁର ଶାଖା ଜିଲ୍ଲା ସଭାପତି ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ |

ଆଜିକାର ଏହି ସଭାରେ ଜିଲ୍ଲାର ସମସ୍ତ ଛଅଟି ବ୍ଲକର ଶତାଧିକ ସାମ୍ବାଦିକ ଯୋଗଦାନ କରିଥିବା ବେଳେ ସାମ୍ବାଦିକ ଶେଷଦେବ ବାରିକ, ଦିଲ୍ଲୀପ ପାତ୍ର, ବନମାଳୀ ପୋଢ଼, କୁଶ ବଘାର, ଧ୍ରୁବରାଜ ମିଶ୍ର, ବିନୟ ରଞ୍ଜନ ପ୍ରଧାନ ପ୍ରମୁଖ ନିଜ ନିଜର ଅଭିଜ୍ଞତା ବାଣ୍ଟିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |