ଟ୍ରାକ୍ଟର ଏବଂ ବାଇକ ଧକ୍କାରେ ୧ ମୃତ ୨ ଗୁରୁତର

0
201

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୯/୧୧) : ବିନିକା ବ୍ଲକ ଅନ୍ତଡା ଗାଁ ରାସ୍ତାରେ ଟ୍ରାକ୍ଟର ଏବଂ ବାଇକ ଧକ୍କାରେ ୧ ମୃତ ଓ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଶିବା ସୁନା ।

ବିନିକା ପଟୁ ଟ୍ରାକ୍ଟର ଯାଉଥିଲା ବେଳେ ଅନ୍ତଡା ଗାଁ ରାସ୍ତାରେ ଅନ୍ତଡା ନିକଟରେ ଟ୍ରାକ୍ଟର ଏବଂ ବାଇକ ଧକ୍କା ହୋଇଥିଲା | ଫଳରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି । ପୁଲିସ ଏ ସମ୍ପର୍କରେ ଏକ ମକଦ୍ଦମା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର କୁ ଜବତ କରିଥିବା ବେଳେ ବାଇକ ମଧ୍ୟ ଜବତ କରିଥିବା ଜଣା ପଡ଼ିଛି ।