ସତ୍ୟସାଇ ସେବା ସଂଗଠନ ଭାରତ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
168

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୯/୧୧) : ସତ୍ୟସାଇ ସେବା ସଂଗଠନ ଟିଟିଲାଗଡ ସମିତି ଅନ୍ତର୍ଗତ ଖୋଲାନ ଭଜନ ମଣ୍ଡଳୀ ପରିସରରେ ସତ୍ୟ ସାଇ ବାବା ଙ୍କ ୯୬ ତମ ଜୟନ୍ତୀ ଉପଲକ୍ଷେ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାରା ଦେଶରେ ପ୍ରେମ ସଂଜୀବନୀ ନାମକ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ସତ୍ୟ ସାଇ ସଂଗଠନ ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜିତ କରାଯାଇଛି । ସଂଗଠନ ର ଜିଲ୍ଲା ସଭାପତି କ୍ଷୀରୋଦ ସାହୁ ଏବଂ ଟିଟିଲାଗଡ ସମିତି ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ଖୋଲାନ୍ ଭଜନ ମଣ୍ଡଳୀ ର ଆବାହକ ସତ୍ୟ ନାରାୟଣ ପଟେଲ, ରାକେଶ ସାହୁ, ଛନ୍ଦା ଚରଣ ସ୍ୱାଇଁ, ଚୈତନ୍ୟ ନାୟକ, ଶିବ ସ୍ୱାଇଁ, ପୂଜା ପଟେଲ, ଯାଜ୍ଞସେନି ପୁଟେଲ, ତନୁଜା ନାୟକ, ସୁପ୍ରିୟା ସ୍ୱାଇଁ, ଧରିତ୍ରୀ ନାୟକ ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଟିଟିଲାଗଡ ରକ୍ତ ଭଣ୍ଡାର ର ବରିଷ୍ଠ ପରିଚାଳକ ଗଜେନ୍ଦ୍ର ନାଥ ରାଉତ ଓ ଜୟରାମ ମଛଖଣ୍ଡ ଉପସ୍ଥିତି ରହି ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଆୟୋଜିତ ଏହି ରକ୍ତଦାନ ଶିବିରରେ ୨୮ ଜଣ ସତ୍ୟ ସାଇ ସଂଗଠନ ର କର୍ମକର୍ତ୍ତା ରକ୍ତ ଦାନ କରିଥିଲେ । ଚଳିତ ମାସ ଶେଷ ପର୍ଯ୍ୟନ୍ତ ପ୍ରେମ ସଂଜୀବନୀ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେବାକୁ ଥିବା ନେଇ ଜିଲ୍ଲା ସଭାପତି କ୍ଷୀରୋଦ ସାହୁ ପ୍ରକାଶ କରିଛନ୍ତି ।