Friday, March 29, 2024

Top 5 This Week

Related Posts

ନିଜ ବଡଭାଇ କୁ ଯୋଜନା ବଦ୍ଧ ଭାବେ ହତ୍ୟା କରି ଥିବା ସାନ ଭାଇ ର ଅନ୍ୟ ସହଯୋଗୀଙ୍କୁ ଗିରଫ ଦାବୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୧/୧୦) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅଧିନସ୍ଥ ଗୋରୁବଜାର ନିବାସୀ √ଗିଦଲି ବେହେରା ନାମକ ଜଣେ ବ୍ୟକ୍ତି ଙ୍କ ବଡ଼ ପୁଅ ସଞ୍ଜୟ ବେହେରା (ବ-୩୩) ଗତ ତା ୪/୧୦/୨୦୨୧ ରୁ ନିଖୋଜ ହୋଇଯାଇଥିଲେ । ଏ ନେଇ ଟିଟିଲାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ରଞ୍ଜନ ବାରିହା ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରି ଗତ ମାସ ତା୨୭/୧୦/୨୧ ରିଖ ଦିନ ଟିଟିଲାଗଡ଼ ଥାନା ରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ ନାମକ ଏକ ଶିବ ମନ୍ଦିର ନିକଟ ରେ ଥିବା ଜଙ୍ଗଲ ରେ ନିଜ ବଡଭାଇ କୁ ଯୋଜନା ବଦ୍ଧ ଭାବେ ହତ୍ୟା କରି ମାଟି ରେ ପୋତି ଦିଆଯାଇଥିବା ନେଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇ ଥିଲା ।WhatsApp Image 2021 11 21 at 7.10.42 AM 1 ନିଜ ବଡଭାଇ କୁ ଯୋଜନା ବଦ୍ଧ ଭାବେ ହତ୍ୟା କରି ଥିବା ସାନ ଭାଇ ର ଅନ୍ୟ ସହଯୋଗୀଙ୍କୁ ଗିରଫ ଦାବୀ

ସୂଚନା ଅନୁଯାୟୀ ଉକ୍ତ ମୃତ ସଞ୍ଜୟ ଙ୍କ ପିତା ଗିଦଲି ବେହେରା ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ବେଳେ ସେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କ ବଡ଼ ପୁଅ ସଞ୍ଜୟ ଉକ୍ତ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଆସୁଥିବା ବେଳେ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଉକ୍ତ ମୃତ ସଂଜୟ ଙ୍କ ପିତା ଗତ ଚାରି ମାସ ତଳେ ମୃତ୍ୟୁ ବରଣ କରିଥିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥା ଏଲ.ଆଇ.ସି. ସହ ପ୍ରାୟ ୧୭ ଲକ୍ଷ ଟଙ୍କା ମିଳିବା ଓ ଉକ୍ତ ଟଙ୍କା ପାଇଁ ନିଜ ବଡଭାଇ କୁ ହତ୍ୟା କରାଯିବା ଜଣାପଡିଥିଲା ।

ଅଭିଯୁକ୍ତ ପ୍ରମୋଦ ବେହେରା (ବ-୨୭) ନିଜେ ହତ୍ୟା ପାଇଁ ଏକ ସୁଚିନ୍ତିତ ଯୋଜନା କରିଥିଲା ବୋଲି ଗୋପନୀୟ ସୂଚନା ମିଳିଛି । ମୃତ ସଞ୍ଜୟ କୁ ପ୍ରଥମେ ତାଙ୍କୁ ଦୁଇ ଜଣ ଯୁବକ ଏକ ବାଇକ ରେ ନେଇ ଯିବା ଖବର ପରିବାର ଲୋକେ ଜଣେଇଥିଲେ । ଉକ୍ତ ଦିନ ଠାରୁ ପ୍ରାୟ ସାତ ଦିନ ପରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚମାର ପଡା ରେ ନିଜ ସାଙ୍ଗ ଙ୍କ ସହ ସେ ଏକ ଲକ୍ଷ ତିରିଶ ହଜାର ଟଙ୍କା ଜୁଆ ଖେଳ ରେ ଜିତିଥିଲା ।

ହେଲେ ପ୍ରେମ ଵିଵାହ କରିଥିବା ସଞ୍ଜୟ ସାନ ଭାଇ ପ୍ରମୋଦ ର ଜୀବିତ ଅବସ୍ଥାରେ ଉକ୍ତ ସମସ୍ତ ଟଙ୍କା କିଭଳି ନିଜେ ହଡପ କରିବ ସେ ନେଇ ସୂଚନା ଅନୁଯାୟୀ ତାର ପାଞ୍ଚ ଜଣ ସହଯୋଗୀଙ୍କ ସହ ମିଶି ଜିତି ଥିବା ଏକ ଲକ୍ଷ ଟଙ୍କା ତାର ଅନ୍ୟ ପାଞ୍ଚ ଜଣଙ୍କୁ ଦେଇ ବାକି ୩୦ ହଜାର ଟଙ୍କା ନିଜେ ରଖି ଥିଲା । ଯୋଜନା ମୁତାବକ ତାକୁ ବାଇକ ରେ ନେଇ ହତ୍ୟା କରି ଘଟଣା କୁ ଅଞ୍ଜାମ ଦେଇଥିଲା ।

ସେହିପରି ଅନ୍ୟ ସହଯୋଗୀ ଙ୍କୁ ହତ୍ୟା ପରେ ଉକ୍ତ ଟଙ୍କା କୁ ନିଜ ଭିତରେ ବାଣ୍ଟିବା ଓ ଉକ୍ତ ଟଙ୍କା ସେ ଦେବାରେ ବିଳମ୍ବ ଯୋଗୁଁ ବଚସା ସୃଷ୍ଟି ହୋଇଥିଲା । ଗିରଫ ଅଭିଯୁକ୍ତ ପ୍ରମୋଦ ଟଙ୍କା ପାଇଁ ନିଜ ବିଧବା ମାଆ ଓ ଭଉଣୀ ଙ୍କୁ ସାଙ୍ଗରେ ନେଇ ଟିଟିଲାଗଡ଼ କୋର୍ଟ ନିକଟରେ ଥିବା ସହଜ ଜନସେବା କେନ୍ଦ୍ର ରେ ପହଞ୍ଚି ଟଙ୍କା ମିଳିବାରେ ବିଳମ୍ବ ହେବା ଜାଣି ଅଧିକ ଚିନ୍ତିତ ହେବା ସହ ସହଯୋଗୀ ଙ୍କ ଚାପର ଶିକାର ହୋଇଥିଲା ।

ଥାନାଧିକାରୀ ରଞ୍ଜନ ବାରିହା ବିଭିନ୍ନ ସି ସି ଟିଭି ପୁଟେଜ ସହ ତଦନ୍ତ କରି ଅଭିଯୁକ୍ତ ପ୍ରମୋଦ କୁ କୋର୍ଟ ଚାଲାଣ କରିବା ଓ ବିଚାରଧୀନ ବନ୍ଦୀ ଭାବେ ସେ ବର୍ତ୍ତମାନ ଜେଲ ରେ ରହିଛି । ଅନ୍ୟ ସହଯୋଗୀ ପାଞ୍ଚଜଣ ଗିରଫ ହେବା ମାତ୍ରେ ରାଜ୍ୟ ବାହାରକୁ ଏକ ସଙ୍ଗେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳ ରୁ ଉଦ୍ଧାର ରମ୍ଫା, ଗଇଁତି ଆଦି ବିଭିନ୍ନ ସରଞ୍ଜାମ ଜବତ କରିବା ସହ ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବା କୁ ଚର୍ଚ୍ଚା ଜୋର ଧରିଛି ।

ତେବେ ଅନ୍ୟ ଅଭିଯୁକ୍ତ ମାନେ କିଏ ? ପ୍ରକୃତ ଘଟଣା କଣ ? ପ୍ରକୃତରେ ସେ ଏକୁଟିଆ ନା ଅନ୍ୟ କିଏ ? ଅଭିଯୁକ୍ତ ହତ୍ୟା ରେ ଅନ୍ୟ ସହଯୋଗୀ ମାନଙ୍କ ଚାପରେ ଥିଲା କି ? ଏଭଳି ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଛି । ସେହିପରି ପ୍ରେମ ବିବାହ କରିଥିବା ମୃତ ସଞ୍ଜୟ ର ସ୍ତ୍ରୀ ଓ ଏକ ତିନି ମାସ ର ସନ୍ତାନ ରହିଥିବା ଓ ତାଙ୍କ ସ୍ତ୍ରୀ ଥାନା ରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ ।

ପରିବାର ଲୋକ ଙ୍କ ସହ ମୃତ ସଞ୍ଜୟ ନ ରହି ଘର ନିକଟସ୍ଥ ଏକ ଭଡା ଘରେ ରହୁଥିଲେ । ଏ ସବୁ ନେଇ ତାଙ୍କ ସ୍ତ୍ରୀ ଅନ୍ୟ ଅଭିଯୁକ୍ତ ମାନ ଙ୍କୁ ଯଥାଶୀଘ୍ର ଗିରଫ କରିବା ନିମନ୍ତେ ଦାବି କରିଛନ୍ତି । ମୋ ସନ୍ତାନ ପାଇଁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ସହ କଠୋର ଦଣ୍ଡ ବିଧାନ କରିବା ପାଇଁ ଗୁହାରି କରିଛନ୍ତି ।

Popular Articles