ବିନିକା କଂଗ୍ରେସ ତରଫରୁ କିଷାନ ବିଜୟ ଦିବସ ପାଳନ ଓ ମିଷ୍ଟାନ୍ନ ବଣ୍ଟନ

0
176

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା,(୨୦/୧୧) : ବିନିକା କଂଗ୍ରେସ ତରଫରୁ କିଷାନ ବିଜୟ ଦିବସ ପାଳନ ଓ ମିଷ୍ଟାନ୍ନ ବଣ୍ଟନ | ତିନି କଳା କୃଷି ଆଇନ ବିରୁଦ୍ଧରେ ଦିର୍ଘ ୧୧ ମାସ ବିତିଗଲା ପରେ ଶେଷରେ କେନ୍ଦ୍ର ରେ ଥିବା ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ଆଗରେ ମୁଣ୍ଡ ନୁଆଇଲେ ଓ ତିନି କଳା କୃଷି ଆଇନ କୁ ପ୍ରତ୍ୟାହାର ପାଇଁ ଘୋଷଣା କଲେ |WhatsApp Image 2021 11 21 at 7.15.16 AM 1 ବିନିକା କଂଗ୍ରେସ ତରଫରୁ କିଷାନ ବିଜୟ ଦିବସ ପାଳନ ଓ ମିଷ୍ଟାନ୍ନ ବଣ୍ଟନ

ଏଥିରେ ବିନିକା କଂଗ୍ରେସ ତରଫରୁ ବ୍ଲକ କଂଗ୍ରେସ ସଭାପତି ସଭାପତି ରବିନ୍ଦ୍ର ହୋତାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ସେଠି, ଜିଲ୍ଲା କିଷାନ୍ ସେଲ ସଭାପତି ନରେନ୍ଦ୍ର ପଣ୍ଡା, କିଷାନ ସେଲ ରାଜ୍ୟ ସାଧାରଣ ସମ୍ପାଦକ ସପ୍ନେଶ୍ବର ପୃଷ୍ଟି, ଛାତ୍ର ଯୁବ କଂଗ୍ରେସ ପ୍ରଭାରୀ ଝାରସୁଗୁଡା ଗୋବିନ୍ଦ ଝାଙ୍କର, ବରିଷ୍ଠ କଂଗ୍ରେସ ନେତା ରାଘବଦାସ, ସୁଧାଂଶୁ ପଣ୍ଡା, ଜିଲ୍ଲା ସୋସିଏଲ ମିଡିଆ ସଂଯୋଜକ ସୁମନ୍ତ ସାହୁ, ହଜାରୁ ସାହୁ, କୁଷ ଭୁଏ, ଭୀମା ମେହେର, ବିପିନ ମେହେର, ରବି ଭାଇନା ଆହୁରୀ ଅନେକ ବରିଷ୍ଟ, ଯୁବ ଓ ଛାତ୍ର ନେତା ଯୋଗ ଦେଇଥିଲେ ।