ଢେଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
148

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୦/୧୧) : ଆଜି ଢେଙ୍କାନାଳରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ସ୍ୱାସ୍ଥ୍ୟ ସେବାରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।WhatsApp Image 2021 11 21 at 7.18.13 AM ଢେଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏଥିସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାରେ ୮୭୬ କୋଟି ୨୭ ଲକ୍ଷ ଟଙ୍କାର ୧୯୫ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ଏବଂ ଏହି ଅବସରରେ ବିଜୁ ସ୍ଵାସ୍ଥ୍ୟ ସେବା ସଚେତନତା ରଥକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ର ବିକାଶରେ ଢେଙ୍କାନାଳ ଜିଲ୍ଲାର ଅବଦାନ ବହୁତ ଅଧିକ ରହିଛି ବୋଲି କହିଥିଲେ । ଢେଙ୍କାନାଳ ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲା ଭାବେ ଗଢିବା ଆମର ଲକ୍ଷ୍ୟ । ମୂଖ୍ୟମନ୍ତ୍ରୀ କହିଥିଲେ, ମୁଁ ଆଜି ଖୁସି ଯେ ଢେଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହୋଇଛି । ଏହା ଦ୍ୱାରା ୨ ଲକ୍ଷ ୯୪ ହଜାର ୪୫୫ ପରିବାର ଉପକାର ପାଇବେ ।

ଏହି ଯୋଜନାରେ ୯ ଲକ୍ଷ ୯୨ ହଜାର ୨୭୪ ହିତାଧିକାରୀ ଉପକୃତ ହେବେ । ନୂଆ ବ୍ୟବସ୍ଥାରେ ଆପଣମାନଙ୍କୁ ଡାକ୍ତରଖାନାରେ କିଛି ଡକୁମେଣ୍ଟ ଦରକାର ନାହିଁ କେବଳ ଏହି ସ୍ମାର୍ଟ କାର୍ଡ ସାଥିରେ ନେଇ ଡାକ୍ତରଖାନାକୁ ଯିବାକୁ ହେବ । ୨୦୦ ରୁ ଅଧିକ ବଡ଼ ବଡ ଡାକ୍ତରଖାନାରେ ଏହି କାର୍ଡ ଦ୍ୱାରା ଜନସାଧରଣ ସୁବିଧା ପାଇ ପାରିବେ ।

ଏହି କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏପରି ସେବା ଦେବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ଏତଦ ବ୍ୟତୀତ ମୂଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ସେ ଚାଷୀ ହେଉ, ମୁଲିଆ ହେଉ, ଛୋଟ ଦୋକାନୀ ହେଉ, ରିକ୍ସା ଚାଳକ ହେଉ ଅବା ସାଧାରଣ ଲୋକ ସମସ୍ତଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ, ସ୍ଵାସ୍ଥ୍ୟ ସେବା ସୁବିଧା ରୁ କେହି ବଞ୍ଚିତ ନ ହୁଅନ୍ତୁ । ନିଜ ପରିବାର ଓ ରାଜ୍ୟର ଉନ୍ନତି ପାଇଁ କାମ କରିବାକୁ ମୂଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହି ସଭାରେ ମୂଖ୍ୟମନ୍ତ୍ରୀ ୫ ଜଣ ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ସେମାନେ ହେଲେ ଆବେଦା ବିବି, ପ୍ରିୟମ୍ବଦା ସାହୁ . ଗୌରି ସିଂହ, ସିଲକିସ୍ମିତା ବିଶୋଇ ଓ ପୁଷ୍ପଲତା ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଓ ପୁର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମଲିକ, ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ମାନ୍ୟବର ପରଜଙ୍ଗ ବିଧାୟକ ଶ୍ରୀଯୁକ୍ତ ଡାଃ ନୃସିଙ୍ଘା ଚରଣ ସାହୁ, ମାନ୍ୟବର ହିନ୍ଦୋଳ ବିଧାୟୀକା ଶ୍ରୀମତୀ ସୀମାରାଣୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ |WhatsApp Image 2021 11 21 at 7.18.13 AM 1 ଢେଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ୫ – ଟି ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ, ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଶେଠୀ, ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀଯୁକ୍ତ କେ.ସିବା ସୁବ୍ରମଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗଦ୍ଧା ରାଣୀ ଧଳ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପି ଆର ଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶର ଉପଦେଷ୍ଟା ସୁଲତା ଦେଓ ଏବଂ ଓଡିଶା ସରକାରଙ୍କ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହି ସଭାକୁ ପରିଚାଳନା କରିଥିଲେ । ପରିଶେଷରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।