Friday, March 29, 2024

Top 5 This Week

Related Posts

ପାଣି ପାଇଁ ପୁଣି ଉଠୁଛି ବିବାଦ : ଜନ ସ୍ଵାସ୍ଥ୍ୟ ବିଭାଗ ନିଦା ବିଷ୍ଣୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୧/୧୧) : କାଶୀନଗର ପୌର ଅଞ୍ଚଳ ରେ ପାଣି ପାଇଁ ପୁଣି ଉଠୁଛି ବିବାଦ | ପିଇବା ପାଣି ର ସମସ୍ୟା ନେଇ ବାରମ୍ବାର ବିଭିନ୍ନ ଗଣ ମାଧ୍ୟମ ସବୁ ବେଳେ ସ୍ଥାନୀୟ ଜନତାଙ୍କ ପାଇଁ ଖବର ପ୍ରକାଶ କରୁଥିବା ବେଳେ ଜନ ସ୍ଵାସ୍ଥ୍ୟ ବିଭାଗ କିନ୍ତୁ ନିଦା ବିଷ୍ଣୁ ହୋଇ ବସିଥିବା ଯୋଗୁଁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କାଶୀନଗର ଏନ୍ ଏ ସି ରେ ୧୩ ଟି ୱାର୍ଡ ରହିଛି, ପ୍ରାୟ ୧୦ ହଜାର ଜନସଂଖ୍ୟା ଲୋକ ଙ୍କୁ ପିଇବା ପାଣି ଠିକ୍ ସେ ମିଳୁନି । ଆଜି ୧,୨,୩ ୱାର୍ଡ ତ କାଲି ୯,୧୦ ୱାର୍ଡ ଏଭଳି ଗାଁ ସାରା ସମସ୍ୟ ହିଁ ସମସ୍ୟା, ପାଣି ପାଇଁ ପୁଣି ଉଠୁଛି ବିବାଦ | ଜନ ସ୍ଵାସ୍ଥ୍ୟ ବିଭାଗ କିନ୍ତୁ ନିଦା ବିଷ୍ଣୁ ସାଜି ବସିଛି । କେନାଲ ସେହି ଗୋଟିଏ କଥା କାରଣ କଣ ଇଣ୍ଟେକ୍ ୱେଲ ପାଇଁ ଭୁବନେଶ୍ୱର ରୁ ଗାଡ଼ି ଆସିବ, ଭୁବନେଶ୍ୱର କଣ ଦେଶ ରୁ ଅଲଗା କି ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି ?

ପୁରୁଣା ଦିନ ରେ କେବଳ ଗୋଟିଏ କୂଅ ରୁ ପାଣି ସମଗ୍ର ୧୦ ଟି ୱାର୍ଡ କୁ ଦୁଇ ଓଳି ପାଣି ଯୋଗାଯାଇ ପାରୁଥିଲା । ଏହା ବିଭାଗ ର ଭୁଲ ଠିକ୍ ଭାବେ ଲୋକଙ୍କ କଥା ଶୁଣି ଇଦୁଡି ଠାରେ ପ୍ରକଳ୍ପ କରିଥିଲେ ଏତେ ସମସ୍ୟା ରହି ନ ଥାନ୍ତା ।ଆଗାମୀ ପୌର ନିର୍ବାଚନ ପୂର୍ବରୁ ଏହାର ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସୂଚନା ମିଳିଛି ।

Popular Articles