ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କଲେ ସାଂସଦ

0
169

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୧/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଝୁଡ଼ିଆସାହି ରେ କରାଯାଇଥିବା ଗୋଷ୍ଠୀ କେନ୍ଦ୍ରକୁ ଆଜି ଲୋକସଭା କୋରାପୁଟ ସାଂସଦ ମାନ୍ୟବର ସପ୍ତଗିରୀ ଶଙ୍କର ଉଲ୍ଲାକା ଙ୍କ କରକମଳ ରେ ଶୁଭ ଉଦଘାଟନ କରାଯାଇଛି ।0f44fc8c 236e 4a26 acec 3e152bb4deb4 ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କଲେ ସାଂସଦ

ଏଥିରେ ବ୍ଲକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡକା, ଜିଲା ପରିଷଦ ସଭ୍ୟ ବଳରାମ ନାଚିକା, ଶିକରପାଇ ସମିତି ସଭ୍ୟା ବି ଜ୍ୟୋତି, ବିଡ଼ିଓ ସୁଧାକର ରଇତ ପ୍ରମୁଖ ମଞ୍ଚାସିନ ରହିଥିଲେ । ଦଳୀୟ କର୍ମୀ ଏକତ୍ରିତ ହୋଇ ମୁଖ୍ୟ ଅତିଥି କୋରାପୁଟ ସାଂସଦ ଶ୍ରୀ ଉଲ୍ଲାକା ଙ୍କୁ ପୁଷ୍ପ ମାଲ୍ୟା ପକାଇ ସ୍ୱାଗତ କରିଥିଲେ । ସେ ରିବନ କାଟି ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରି ପୂଜାପାଠ କରିଥିଲେ ।

ଏଥିରେ ବ୍ଲକ କଂଗ୍ରେସ ସଭାପତି କୋଟା ସୁରିୟା ରାଓ, ସାଂସଦ ପ୍ରତିନିଧି ଗୁଦୁଲ୍ଲା ପ୍ରସାଦ ରାଓ, ପିସିସି ସଦସ୍ୟ ରମେଶ ଚନ୍ଦ୍ର ତ୍ରିପାଠୀ, ବ୍ଲକ ଉପ ସଭାପତି କୁମାର ସ୍ୱାମୀ କୌଶଲ୍ୟା, ନଗର ସଭାପତି ସିହେଚ ନଗେଶ ରାଓ, କାର୍ଯ୍ୟଗ୍ରାହୀ ରିଙ୍ଗୁ ଚାମିଆ ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ ।