ଓଡ଼ିଶାରେ ବଢୁଛି ମାଛ ଉତ୍ପାଦନ ; ଆନ୍ଧ୍ର ଉପରେ ହେଉନି ନିର୍ଭରଶୀଳ

0
191

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୨୨/୧୧) : ଓଡ଼ିଶାରେ ବଢୁଛି ମାଛ ଉତ୍ପାଦନ । ମାଛ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ସାଙ୍ଗକୁ ସାମୁଦ୍ରିକ ମାଛ ଧରା ଉପରେ କଟକଣା କୋହଳ ଯୋଗୁ ରାଜ୍ୟରେ ମାଛ ଉତ୍ପାଦନ ଆଗକୁ ବଢିଛି । ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗ ର ତଥ୍ୟ ଅନୁସାରେ ସାମୁଦ୍ରିକ ମାଛ ଉତ୍ପାଦନ ଠାରୁ ମାଛ ଚାଷରୁ ଅଧିକ ମାଛ ଓଡ଼ିଶାରୁ ବାହାରୁଛି ।

ଓଡ଼ିଶାରେ ବଢୁଛି ମାଛ ଉତ୍ପାଦନ । ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ଏବେ ଆଉ ପଡ଼ିଶା ଦେଶ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ଦିନ ଥିଲା ଓଡ଼ିଶା ମାଛ ପାଇଁ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଥିଲା । ଆନ୍ଧ୍ରରୁ ମାଛ ନ ଆସିଲେ ଓଡ଼ିଶା ବଜାରରେ ମାଛ ମିଳୁ ନ ଥିଲା । ହେଲେ ଏବେ ମାଛ ପାଇଁ ଓଡ଼ିଶା ବ୍ୟବସାୟୀ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରୁନାହାନ୍ତି । ୨୦୦୦-୨୦୦୧ ଆର୍ଥିକ ବର୍ଷରେ ଓଡ଼ିଶାରୁ ୨.୫୯ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରୁୂଥିଲା । ୨୦୧୦-୧୧ ରେ ୩.୮୬ ଲକ୍ଷ ମେଟ୍ରିକ୍ ଟନ୍ରେ ପହଂଚିଥିଲା ଉତ୍ପାଦନ । ୨୦୨୦-୨୧ ରେ ମାଛ ଉତ୍ପାଦନ ୮.୩୧ ଲକ୍ଷ ମେଟ୍ରିକ୍ ଟନ୍ରେ ପହଂଚିଛି ।

୨୦୦୦-୨୦୦୧ ରେ ମଧୁର ଜଳରୁ ୧.୨୫ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ଥିଲା । ୨୦୨୦-୨୧ ରେ ମଧୁର ଜଳରୁ ୫.୭୪ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହୋଇଛି । ମଧୁର ଜଳରେ ମାଛ ଉତ୍ପାଦନ ୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ୨୦୧୬-୧୭ ରେ ଖାରିଆ ପାଣିରେ ୬୧ ହଜାର ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଥିଲା । ୨୦୨୦-୨୧ ରେ ଖାରିଆ ପାଣିରେ ୧.୨୫ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହୋଇଛି ।