ଭାରତୀୟ ନୌସେନା ରେ ସାମିିଲ ହେଲା ଆଇଏନଏସ ବିଶାଖାପାଟଣା

0
197

ରିପୋର୍ଟ : ସୁଭାସିସ ନାୟକ //
ମୁମ୍ବାଇ,(୨୨/୧୧) : ବଢିଲା ଭାରତୀୟ ନୌସେନାର ଶକ୍ତି । ଭାରତୀୟ ନୌସେନା ରେ ସାମିିଲ ହେଲା ଆଇଏନଏସ ବିଶାଖାପାଟଣା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମୁମ୍ବାଇ ଡାକ୍ୟାର୍ଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏନଏସ ବିଶାଖାପାଟଣାକୁ ଭାରତୀୟ ନୌସେନା ରେ ସାମିଲ କରାଯାଇଛି । ଆଇଏନଏସ ବିଶାଖପାଟଣାରେ ରହିଛି ଗାଇଡେଡ ମିସାଇଲ । ଯାହାକୁ ଗୁପ୍ତ ଭାବେ ଶତ୍ରୁ ଉପରକୁ ଆକ୍ରମଣ କରିପାରେ ।

ସ୍ୱଦେଶୀ କୌଶଳରେ ନିର୍ମିତ ଆଇଏନଏସ ବିଶାଖପାଟଣା ଅକ୍ଟୋବର ୨୫ ରେ ସେନାକୁ ହସ୍ତାନ୍ତର କରାଯାଇଥିଲା । ଏହାର ପୂରା ନାଁ ହେଉଛି ଗାଇଡେଡ ମିଶାଇଲ ଡେଷ୍ଟ୍ରୋଅୟର ପିବି-୧୫ ବିଶାଖପାଟଣା । ଏହି ଯୁଦ୍ଧପୋତ ର ଲମ୍ବା ୧୬୩ ମିଟର ଓ ଚଉଡା ୧୭ ମିଟର ଓ ଏହା ଓଜନ ୭୪ ହଜାର ଟନ ରହିଛି । ପ୍ରତି ଘଂଟାରେ ଏହା ୫୫. ୬୬ କିଲୋମିଟ ଦ୍ରୁତି ଗତିରେ ଗତି କରିପାରେ । ଏଥିରେ ଭିନ୍ନ ଭିନ୍ନ ଟରବାଇନ ଇଂଜିନ ରହିଛି ।